ସେନା ଯବାନଙ୍କୁ ସରକାରଙ୍କ ଦୀପାବଳି ଉପହାର: ମିନିଟ୍‌କୁ ୫ ନୁହେଁ ୧ ଟଙ୍କା କଟିବ କଲ୍‌ ଚାର୍ଜ

ସେନା ଯବାନଙ୍କୁ ସରକାରଙ୍କ ଦୀପାବଳି ଉପହାର: ମିନିଟ୍‌କୁ ୫ ନୁହେଁ ୧ ଟଙ୍କା କଟିବ କଲ୍‌ ଚାର୍ଜ

ନୂଆଦିଲ୍ଲୀ: ଏବର୍ଷ ସେନା ଯବାନମାନଙ୍କ ପାଇଁ ଦୂରସଞ୍ଚାର ମନ୍ତ୍ରାଳୟ ପକ୍ଷରୁ ଏକ ଦୀପାବଳି ଉପହାର ଘୋଷଣା କରାଯାଇଛି। ଏଣିକି ଯବାନମାନେ ସେମାନଙ୍କ ସଂପର୍କୀୟମାନଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇପାରିବେ। କାହିଁକି ନା, ପୂର୍ବରୁ ଫୋନ୍‌ କଲ୍‌ ପିଛା ୧ ମିନିଟ୍‌କୁ ୫ଟଙ୍କା ଚାର୍ଜ ଦେବାକୁ ପଡୁଥିବା ବେଳେ ଏବେ ମାତ୍ର ୧ଟଙ୍କା ଦେବାକୁ ହେବ।

ଏଣିକି ନିଜ ପରିବାରଠାରୁ ଦୂରେଇ ରହୁଥିବା ଯବାନମାନେ ପରିବାର ଲୋକଙ୍କ ସହ ମନଭରି କଥା ହୋଇପାରିବେ ବୋଲି ଦୂରସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା ସୂଚନା ଦେଇଛନ୍ତି।

publive-image

ପୂର୍ବରୁ ଯବାନମାନେ ମିନିଟ୍‌ ପିଛା ୫ ଟଙ୍କା ଦେବା ସହ ମାସକୁ ଡିଜିଟାଲ୍‌ ସାଟେଲାଇଟ୍‌ ଫୋନ୍‌ ଟର୍ମିନାଲ୍‌(ଡିଏସ୍‌ପିଟି) ପାଇଁ ୫୦୦ ଅତିରିକ୍ତ ଟଙ୍କା ପୈଠ କରୁଥିଲେ।

ଆସନ୍ତାକାଲିଠାରୁ ଲାଗୁ ହେବାକୁ ଥିବା ଏହି ଯୋଜନା ମୁତାବକ ଯବାନମାନେ ପୂର୍ବରୁ ଦେଉଥିବା ୫୦୦ ଟଙ୍କା ଆଉ ଦେବେ ନାହିଁ। ଏହାବ୍ୟବତୀତ ମିନିଟ୍‌ ପିଛା ମାତ୍ର ୧ ଟଙ୍କା ଦେଇ କଥା ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe