ସରକାର-ଚାଷୀ ସଂଗଠନ ଆଲୋଚନା: ଆଇନରେ ଅସ୍ଥାୟୀ ରୋକ୍‌ ଲଗାଇବା ପାଇଁ ସରକାର ରାଜି

ଆନ୍ଦୋଳନ କରିଥିବା କୌଣସି କୃଷକଙ୍କ ବିରୋଧରେ ଲାଗିନାହିଁ ଦେଶଦ୍ରୋହ ଦଫା: ଗୃହ ମନ୍ତ୍ରାଳୟ

Image Courtesy of India Today

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ୪୦ଟି ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଚାଷୀ ପ୍ରତିନିଧି ଏବଂ ସରକାରଙ୍କ ମଧ୍ୟରେ ୧୦ମ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଛି । ଏହି ଅବସରରେ ସରକାର ଚାଷୀ ନେତାଙ୍କୁ ଏକ ପ୍ରସ୍ତାବରେ କହିଛନ୍ତି ଯେ ଅସ୍ଥାୟୀ ଭାବେ ସରକାର ନୂଆ କୃଷି ଆଇନ୍‌ରେ ରୋକ୍‌ ଲଗାଇବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଆଇନ ପ୍ରତ୍ୟାହାର ହୋଇପାରିବ ନାହିଁ। ଆଇନକୁ ସରକାର ୧ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ନିଲମ୍ବିତ ରଖିବେ ଏବଂ ଏହି ସମୟ ମଧ୍ୟରେ ଚାଷୀଙ୍କ ଦାବି ସଂପର୍କରେ ବିଚାର କରି ଯଥୋଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ପ୍ରସ୍ତାବ ଦେଇଛନ୍ତି। ସରକାର ଏବଂ ଚାଷୀ ସଂଗଠନ ମିଳିତ ଭାବେ ଏକ କମିଟି ଗଠନ କରି ବିବାଦର ସମାଧାନ ପାଇଁ ପଦକ୍ଷେପ ନେବାକୁ ହେବ ବୋଲି ମଧ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ତେବେ ସରକାରଙ୍କ ଏହି ସବୁ ପ୍ରସ୍ତାବକୁ ଚାଷୀ ନେତାମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ କୃଷି ଆଇନ ସଂପୂର୍ଣ୍ଣ ପ୍ରତ୍ୟାହାର ହେବା ହିଁ ଏକ ମାତ୍ର ସର୍ତ୍ତ ବୋଲି କହିଛନ୍ତି।

ଏଭଳି ସ୍ଥିତିରେ ଚାଷୀମାନେ ଆନ୍ଦୋଳନ ବନ୍ଦ କରିବା ପାଇଁ ସରକାର ଦେଇଥିବା ନୂତନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିବାରୁ ଆଗକୁ ମାମଲା ଆହୁରି ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି। ଆଜି ବୈଠକରେ କେନ୍ଦ୍ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଥିଲେ, ଚାଷୀମାନେ ନୂଆ ଆଇନରେ ଯେଉଁଭଳି ସଂଶୋଧନ ଚାହୁଛନ୍ତି ତାହା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ତେବେ ଚାଷୀ ନେତାମାନେ କହିଥିଲେ ଯେ ନୂଆ ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରି ନିଆଯାଉ ଏବଂ ପରବର୍ତ୍ତୀ ପଦକ୍ଷେପ ବାବଦରେ ନିଷ୍ପତ୍ତି ନେବା ଦାୟିତ୍ବ ରାଜ୍ୟମାନଙ୍କ ଉପରେ ଛାଡ଼ି ଦିଆଯାଉ। ଆଜି କେତେକ ଚାଷୀ ନେତା କହିଥିଲେ ଯେ ସରକାର ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏନ୍‌ଆଇଏକୁ ନିୟୋଜିତ କରିଛନ୍ତି। ତବେ ସରକାର ଏଭଳି ଅଭଯୋଗକୁ ଖଣ୍ଡନ କରିଛନ୍ତି ଏବଂ ପ୍ରମାଣ ଆଧାରେ ଏନ୍ଆଇଏ ତଦନ୍ତ କରୁଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe