କୋଭିଡ୍‌-୧୯ ହସ୍ପିଟାଲ୍‌ ଇନ୍‌ସ୍ପେକ୍‌ସନ୍ ଲାଗି କମିଟି ଗଠନ କଲେ କେନ୍ଦ୍ର ସରକାର

Advertisment
କୋଭିଡ୍‌-୧୯ ହସ୍ପିଟାଲ୍‌ ଇନ୍‌ସ୍ପେକ୍‌ସନ୍ ଲାଗି କମିଟି ଗଠନ କଲେ କେନ୍ଦ୍ର ସରକାର

Image Courtesy of NDTV

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ ପାଇବା ପରେ ସରକାରୀ ଏବଂ ଅନ୍ୟ କୋଭିଡ୍‌ ହସ୍ପିଟାଲ୍ ଇନ୍ସପେକ୍ସନ୍ ଲାଗି କେନ୍ଦ୍ର ସରକାର ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଦେଶର ବିଭିନ୍ନ ହସ୍ପିଟାଲ୍‌ରେ କରୋନାଭାଇରସ୍ ରୋଗୀମାନଙ୍କ ତତ୍ତ୍ବାବଧାନରେ ଅଭାବ ପରିଲକ୍ଷିତ ହେଉଥିବା କଥା ଜାଣିବା ପରେ ସରକାରଙ୍କୁ ଏହାର ପ୍ରତିକାର ଲାଗି ନିର୍ଦେଶ ଦେଇଥିଲେ।

କୋଭିଡ୍-୧୯ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଓ ଅନ୍ୟ ଡାକ୍ତରଖାନାଗୁଡ଼ିକୁ ଯାଞ୍ଚ, ସର୍ବେକ୍ଷଣ ଏବଂ ପଥପ୍ରଦର୍ଶନ କରିବା ନିମନ୍ତେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଗଠିତ ଏହି ବିଶେଷଜ୍ଞ କମିଟିକୁ ଦାୟିତ୍ବ ଦିଆଯାଇଛି। ଆଜି ରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅଶ୍ବିନୀ ଚୌବେ ରାଜ୍ୟସଭାରେ ଏ କଥା କହିଛନ୍ତି।

publive-image Image Courtesy of The Economic Times

ଏକ ଲିଖିତ ଉତ୍ତରରେ ଅଶ୍ବିନୀ ଚୌବେ କହିଛନ୍ତି, କୋଭିଡ୍-୧୯ ପରୀକ୍ଷା ଓ ଚିକିତ୍ସା ନିମନ୍ତେ ସୁଲଭ ମୂଲ୍ୟ ଧାର୍ଯ୍ୟ କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଲାବ୍ରୋଟେରି ରିପୋର୍ଟକୁ ଅପେକ୍ଷା ନ କରି ସନ୍ଦିଗ୍ଧ କୋଭିଡ୍-୧୯ ରୋଗୀମାନଙ୍କ ଶବକୁ ତୁରନ୍ତ ସେମାନଙ୍କର ଆତ୍ମୀୟମାନଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଉପଦେଶନାମା ଜାରି କରିଛନ୍ତି। କିନ୍ତୁ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ମାର୍ଗଦର୍ଶିକା ଓ ଶବ ପରିଚାଳନା ଆଧାରରେ ଏହି ଶବ ହସ୍ତାନ୍ତର କରାଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe