କରୋନା ମୁକାବିଲା ନେଇ ପେନସନ ହ୍ରାସ କରିବାର କୌଣସି ଯୋଜନା ନାହିଁ : କେନ୍ଦ୍ର ସରକାର

Advertisment
କରୋନା ମୁକାବିଲା ନେଇ ପେନସନ ହ୍ରାସ କରିବାର କୌଣସି ଯୋଜନା ନାହିଁ : କେନ୍ଦ୍ର ସରକାର

oneindia

ନୂଆଦିଲ୍ଲୀ: କରୋନା ସଂକ୍ରମଣ .ହେତୁ ଜାରି ଲକଡାଉନ୍ ଯୋଗୁଁ ଅନେକ ବେସରକାରୀ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ କାମରୁ ବାହାର କରୁଥିବା ବେଳେ ଅନେକ ବେସରକାରୀ କମ୍ପାନୀ କର୍ମଚାରୀଙ୍କ ଦରମା କାଟୁଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା ଯେ, ମୋଦୀ ସରକାର ପୂର୍ବତନ କର୍ମଚାରୀଙ୍କ ପେନ୍‌ସନ୍‌ କାଟି ଏହାକୁ ପିଏମ କେଆର୍ସ ପାଣ୍ଠିରେ ରଖିବେ। ତେବେ ଏହି ଚର୍ଚ୍ଚାକୁ ଗୁଜବ ବୋଲି କହି ଏଭଳି ରିପୋର୍ଟକୁ ଅସ୍ୱୀକାର କରିଛି କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟ | ଏହା ସହ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ଏଭଳି ଚର୍ଚ୍ଚାକୁ ଅସ୍ୱୀକାର କରିଛନ୍ତି | ତାଙ୍କ କହିବା ମୁତାବକ ସରକାରଙ୍କ ଏଭଳି ପେନ୍‌ସନ୍‌ କାଟିବାର ଯୋଜନା ନାହିଁ | ଏଥି ସହିତ ଲକଡାଉନ ହଟାଯିବା ମାତ୍ରେ ସମସ୍ତ ବାତିଲ୍ ହୋଇଥିବା ପରୀକ୍ଷା ପୁନର୍ବାର କରାଯିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ ନିଶ୍ଚିତ କରିଛନ୍ତି ।

modi

କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଯେ, କିଛି ନ୍ୟୁଜ ଚ୍ୟାନେଲ ଏବଂ ସୋସିଆଲ ମିଡିଆରେ ପେନସନ କାଟି ଦିଆଯିବ ଏବଂ ସେହି ଟଙ୍କାକୁ ପିଏମ କେଆର୍ସ ପାଣ୍ଠିରେ ରଖାଯିବ ବୋଲି ଚର୍ଚ୍ଚା ହୋଇଥିଲା। ଏହି ଖବରଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ | ମୋଦୀ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉନାହାଁନ୍ତି। ସେ ନିଜେ ୨୦ଟି ସହରର ପେନସନଭୋଗୀଙ୍କ ସହ କଥା ହୋଇଛନ୍ତି। ସମସ୍ତଙ୍କୁ ଠିକ ସମୟରେ ପେନସନ୍ ଯୋଗାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି | ଯେଉଁଠାରେ କୌଣସି ଅସୁବିଧା ରହିଛି ସେଠି ଡାକଘର ମାଧ୍ୟମରେ ପେନସନ ପ୍ରଦାନ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି |

ଏହା ସହ ୟୁପିଏସସି ଏବଂ ଏସଏସସିର ବାତିଲ ହୋଇଥିବା ପରୀକ୍ଷା ଉପରେ ସେ କହିଛନ୍ତି ଯେ, ଲକଡାଉନ କାରଣରୁ ସ୍ଥଗିତ ରଖାଯାଇଥିବା ପରୀକ୍ଷା ପୁନର୍ବାର କରାଯିବ। ଆସନ୍ତା ୩ତାରିଖ ପରେ ଏ ସମ୍ପର୍କରେ ସୂଚନା ପ୍ରକାଶ ପାଇବ ଏବଂ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ର ବିଷୟରେ ଅବଗତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe