ମଣିପୁର ହିଂସାର ସମାଧାନ ନେଇ ମୈତେୟୀ-କୁକି ଗୋଷ୍ଠୀଙ୍କ ସହ ସରକାରଙ୍କ ବୈଠକ

Advertisment

ଅଶାନ୍ତ ରାଜ୍ୟରେ ସ୍ଥାୟୀ ଶାନ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଶନିବାର ମଣିପୁରର  ମୈତେୟୀ ଓ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଛନ୍ତି। ୨୦୨୩ ମେ ମାସରୁ ଆରମ୍ଭ ହୋଇଥିବା ସଂଘର୍ଷର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ....

ଅଶାନ୍ତ ରାଜ୍ୟରେ ସ୍ଥାୟୀ ଶାନ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଶନିବାର ମଣିପୁରର  ମୈତେୟୀ ଓ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଛନ୍ତି। ୨୦୨୩ ମେ ମାସରୁ ଆରମ୍ଭ ହୋଇଥିବା ସଂଘର୍ଷର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ....

dfdfvcf

ଇମ୍ଫାଲ: ଅଶାନ୍ତ ରାଜ୍ୟରେ ସ୍ଥାୟୀ ଶାନ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଶନିବାର ମଣିପୁରର  ମୈତେୟୀ ଓ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଛନ୍ତି। ୨୦୨୩ ମେ ମାସରୁ ଆରମ୍ଭ ହୋଇଥିବା ସଂଘର୍ଷର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଖୋଜିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପର ଏକ ଅଂଶ ଭାବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଦୁଇ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଅଲ୍ ମଣିପୁର ୟୁନାଇଟେଡ୍ କ୍ଲବ୍ ଅର୍ଗାନାଇଜେସନ୍ (ଏଏମ୍‌ୟୁସିଓ) ଓ ଫେଡେରେସନ୍ ଅଫ୍ ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍ (ଏଫ୍ଓସିଏସ୍)ର ପ୍ରତିନିଧିଙ୍କୁ ନେଇ ଗଠିତ ୬ ଜଣିଆ ମୈତେୟୀ ପ୍ରତିନିଧି ଦଳ ବୈଠକରେ ଯୋଗ ଦେଇଥିଲେ। କୁକି ପ୍ରତିନିଧି ଦଳରେ ପାଖାପାଖି ୯ ଜଣ ପ୍ରତିନିଧି ଥିଲେ।

କେନ୍ଦ୍ର ସରକାରଙ୍କ ଆଲୋଚନାରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଅବସରପ୍ରାପ୍ତ ସ୍ୱତନ୍ତ୍ର ନିର୍ଦ୍ଦେଶକ ଏକେ ମିଶ୍ର ସାମିଲ ଥିଲେ। ଗୁରୁବାର ଲୋକସଭାରେ ମଣିପୁର ପ୍ରସଙ୍ଗରେ ବିତର୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ହିଂସାକୁ ଶେଷ କରିବା ପାଇଁ ସରକାର ଏକ ମାର୍ଗ ଖୋଜିବା ପାଇଁ କାର୍ଯ୍ୟ କରୁଥିବା ବେଳେ ଶାନ୍ତି ପ୍ରତିଷ୍ଠାକୁ ପ୍ରାଥମିକତା ଦିଆଯାଉଛି। ଶାହ କହିଛନ୍ତି ଯେ ମଣିପୁରରେ ସ୍ଥିତି ମୁଖ୍ୟତଃ ନିୟନ୍ତ୍ରଣାଧୀନ ଅଛି କାରଣ ଗତ ଚାରି ମାସ ମଧ୍ୟରେ କୌଣସି ମୃତ୍ୟୁ ହୋଇନାହିଁ । ତେବେ ବିସ୍ଥାପିତ ଲୋକମାନେ ଏବେ ବି ରିଲିଫ୍ କ୍ୟାମ୍ପରେ ରହୁଥିବାରୁ ଏହା ସନ୍ତୋଷଜନକ ବୋଲି ବିବେଚନା କରାଯାଇପାରିବ ନାହିଁ।

ଗତ ଫେବ୍ରୁଆରି ୯ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ଇସ୍ତଫା ଦେବା ପରେ ମଣିପୁରରେ ଫେବ୍ରୁଆରି ୧୩ରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟକାଳ ଥିବା ରାଜ୍ୟ ବିଧାନସଭାକୁ ନିଲମ୍ବିତ କରାଯାଇଛି। ମେ ୨୦୨୩ରେ ଇମ୍ଫାଲ ଉପତ୍ୟକାସ୍ଥିତ ମୈତେୟୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସା ପରଠାରୁ ପ୍ରାୟ ୨୬୦ ଲୋକ ପ୍ରାଣ ହରାଇଛନ୍ତି। ସଂଘର୍ଷର ପ୍ରାରମ୍ଭିକ ପର୍ଯ୍ୟାୟରେ ମଣିପୁରର ବିଭିନ୍ନ ଥାନାରୁ ହଜାର ହଜାର ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଥିଲା। ଜାନୁଆରି ୩ ତାରିଖରେ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅଜୟ କୁମାର ଭଲ୍ଲା ସେବେଠାରୁ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ରାଜ୍ୟରେ କିପରି ସ୍ୱାଭାବିକ ସ୍ଥିତି ଫେରାଇ ଅଣାଯାଇ ପାରିବ ସେ ନେଇ ସେମାନଙ୍କଠାରୁ ମତାମତ ନେଉଛନ୍ତି। ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଶାହଙ୍କ ସହ ୫ ବର୍ଷ କାମ କରିଥିବା ପୂର୍ବତନ କେନ୍ଦ୍ର ଗୃହ ସଚିବ ଭଲ୍ଲାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଚୟନ କରି ଅଶାନ୍ତ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଦାୟିତ୍ୱ ଦେଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe