Advertisment

ଗସ୍ତ ନାମରେ ସରକାର ଟୁର୍-ଟ୍ରାଭେଲ୍ କମ୍ପାନି ଖୋଲିଲେ: ପ୍ରତିନିଧି ଦଳ ନେଇ ସଞ୍ଜୟଙ୍କ କଟାକ୍ଷ

Advertisment

ଆତଙ୍କବାଦ ବିରୋଧରେ ଭାରତର ବିଶ୍ୱସ୍ତରୀୟ ପ୍ରଚାରର ଅଂଶ ଭାବରେ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରୁଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳୀକୁ ଶିବସେନା (ୟୂବିଟି) ନେତା ସଞ୍ଜୟ ରାଉତ କଡ଼ା ସମାଲୋଚନା କରିଛନ୍ତି...

Updated On

ଆତଙ୍କବାଦ ବିରୋଧରେ ଭାରତର ବିଶ୍ୱସ୍ତରୀୟ ପ୍ରଚାରର ଅଂଶ ଭାବରେ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରୁଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳୀକୁ ଶିବସେନା (ୟୂବିଟି) ନେତା ସଞ୍ଜୟ ରାଉତ କଡ଼ା ସମାଲୋଚନା କରିଛନ୍ତି...

ଅଦ୍ୟତନ ହୋଇଛି
Government opens tour-travel company in the name of visit: Sanjay slams delegation

Government opens tour-travel company in the name of visit: Sanjay slams delegation Photograph: (sambad.in)

ମୁମ୍ବାଇ: ଅପରେସନ ସିନ୍ଦୂର ଉପରେ ଭାରତର ଚିନ୍ତାଧାରାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ନିକଟରେ ପ୍ରଭାବଶାଳୀ ଭାବରେ ପହଞ୍ଚାଇବାକୁ ଭାରତ ସରକାର ଶନିବାର ଦିନ ସଂକଳ୍ପ ନେଇଛନ୍ତି। ଏନେଇ ଭାରତୀୟ ଜନତା ପାର୍ଟି ପ୍ରତିନିଧିମଣ୍ଡଳର ୭ଟି ଟିମ୍ ଗଠନ କରିଥିଲା।

​​ଯେଉଁମାନେ ସୀମାପାର ଆତଙ୍କବାଦ ଏବଂ ଅପରେସନ ସିନ୍ଦୁର ବିରୁଦ୍ଧରେ ଭାରତର ନିରନ୍ତର ଲଢ଼େଇ ପ୍ରଦର୍ଶନ କରିବା ପାଇଁ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରିବେ। ଏହି ଟିମ୍‌ଗୁଡ଼ିକର ଅଧ୍ୟକ୍ଷ ଭାବରେ କଂଗ୍ରେସର ଶଶି ଥରୁରଙ୍କୁ ନିଯୁକ୍ତ କରାଯାଇଛି। ଏହା ଉପରେ ସଞ୍ଜୟ ରାଉତ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଶିବସେନା ୟୁବିଟିର ଲୋକସଭାରେ ୯ ଜଣ ସଦସ୍ୟ ଅଛନ୍ତି। ତୃଣମୂଳ କଂଗ୍ରେସର ପ୍ରାୟ ୩୫ ଜଣ ସଦସ୍ୟ ଅଛନ୍ତି, ଏସପିର ୪୦ ଜଣ ସଦସ୍ୟ ଅଛନ୍ତି, ଲାଲୁ ଯାଦବଙ୍କର ୪-୫ ଜଣ ସଦସ୍ୟ ଅଛନ୍ତି। କିନ୍ତୁ କେହି ଆମକୁ କହି ନାହାନ୍ତି ଯେ, ଆପଣ ଆପଣଙ୍କ ପକ୍ଷରୁ କାହାକୁ ପଠାଇବାକୁ ଚାହୁଁଛନ୍ତି। ଯଦି ଆପଣ ସର୍ବଦଳୀୟ ବୈଠକ ବିଷୟରେ କହୁଛନ୍ତି, ତେବେ ଆପଣ ସମସ୍ତଙ୍କୁ ସାଙ୍ଗରେ ନେଇ ଯିବା ଉଚିତ୍। ଆପଣ କଶ୍ମୀର ଯାଉ ନାହାନ୍ତି।  କିନ୍ତୁ ଆପଣ ଆମକୁ ସାରା ବିଶ୍ୱରେ ନେଇ ଯିବାକୁ ଚାହୁଁଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ଯେ, ସରକାର ନାଟକ କରୁଛନ୍ତି। ସେ କହିଛନ୍ତି ବିଶ୍ୱରେ ଅନ୍ୟାନ୍ୟ ଯୁଦ୍ଧ ହୋଇଛି। ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଯୁଦ୍ଧ ହୋଇଛି। କିନ୍ତୁ କେହି ଭାରତକୁ ପ୍ରତିନିଧିମଣ୍ଡଳ ପଠାଇ ନଥିଲେ। ଏନେଇ ସଞ୍ଜୟ ରାଉତ ସରକାରଙ୍କୁ  କଡ଼ା ସମାଲୋଚନା କରିଛନ୍ତି।

ଅଧିକ ପଢ଼ନ୍ତୁ: ୧୭ ସାଂସଦଙ୍କୁ 'ସଂସଦ ରତ୍ନ ୨୦୨୫': ମହାରାଷ୍ଟ୍ରରୁ ସର୍ବାଧିକ

ସରକାର ୭ଟି ଗୋଷ୍ଠୀର ନେତୃତ୍ୱ ନେବା ପାଇଁ ୭ ଜଣ ସାଂସଦଙ୍କୁ ନିଯୁକ୍ତ କରିଛନ୍ତି। ଏଥିରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ଏବଂ ଏନସିପି-ଏସପି ମୁଖ୍ୟ ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେଙ୍କ ନାମ ଅନ୍ତର୍ଭୁକ୍ତ ରହିଛି। ଏହା ବ୍ୟତୀତ କଂଗ୍ରେସରୁ ଶଶି ଥରୁର, ରବି ଶଙ୍କର ପ୍ରସାଦ ଏବଂ ବିଜେପିର ବୈଜୟନ୍ତ ପଣ୍ଡା, ଜେଡିୟୁରୁ ​​ସଞ୍ଜୟ କୁମାର ଝା, ଡିଏମକେରୁ କାନିମୋଜି କରୁଣାନିଧିଙ୍କୁ ମନୋନୀତ କରାଯାଇଛି।

ଅଧିକ ପଢ଼ନ୍ତୁ: ମୁଁ ଏବଂ ସେ ସମୁଦ୍ରର ଦୁଇ ପାର୍ଶ୍ୱ

OperationSindoor | sanjay raut 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe