ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନକୁ ସରକାରଙ୍କ ବିରୋଧ

Advertisment
ବିଜେପିରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ ଜଗଦେବ!

Sambad English

ନୂଆଦିଲ୍ଲୀ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ମାମଲାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜବାବୀ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ଜାମିନ ଆବେଦନ ପାଇଁ ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିକୁ ଅଧିକ ଜରିମାନା ସହିତ ଖାରଜ ପାଇଁ ରାଜ୍ୟ ସରକାର କହିଛନ୍ତି।

ରାଜ୍ୟ ସରକାରଙ୍କ ଦ୍ବାରା ପିଟିସନ୍‌ରେ କୁହାଯାଇଛି ଯେ ଆବେଦନକାରୀ କୌଣସି ଆଶ୍ବସ୍ତି ପାଇବା ପାଇଁ ହକ୍‌ଦାର ନୁହନ୍ତି। ଆବେଦନକାରୀଙ୍କ ଅନିୟନ୍ତ୍ରିତ ଆଚରଣ ଯୋଗୁ ୨୦ ଜଣ ଲୋକ ଆହତ ହୋଇଥିଲେ ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥି ସହିତ ସେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଚାଲିଥିବା ପଞ୍ଚାୟତ ସମିତି ନିର୍ବାଚନ ପ୍ରକ୍ରିୟାରେ ହସ୍ତ‌‌କ୍ଷେପ କରିଥିଲେ। ତେବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପୋଲିସ ତାଙ୍କୁ ଗିରଫ କରିଥବା ଯୁକ୍ତିକୁ ରାଜ୍ୟ ସରକାର ଦାଖଲ କରିଥିବ‌ା ଜବାବୀ ସତ୍ୟପାଠରେ ଖଣ୍ଡନ କରିଛନ୍ତି। ବରଂ କୁହାଯାଇଛି ଯେ ଗୋଟିଏ ଡାକ୍ତରୀ ଦଳ ଅଭିଯୁକ୍ତ ସୁସ୍ଥ ଏବଂ ସେ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟ କରିପାରିବେ ବୋଲି ମତପ୍ରକାଶ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ନିଜକୁ ପୀଡ଼ିତ ବୋଲି ଯୁକ୍ତି ଦେଖାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସହାନୁଭୂତି ହାସଲ ପାଇଁ ଯେଉଁ ଚେଷ୍ଟା କରିଛନ୍ତି ସେଥିପାଇଁ ସେ ହକ୍‌ଦାର ନୁହନ୍ତି ବୋଲି ସତ୍ୟପାଠରେ କୁହାଯାଇଛି। ସେହିଭଳି ହିଂସାକାରୀଙ୍କ ଠାରୁ ପୋଲିସ ଅଭିଯୁକ୍ତଙ୍କୁ ରକ୍ଷା ପାଇଁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗକୁ ସତ୍ୟପାଠରେ ଖଣ୍ଡନ କରାଯାଇଛି। ବରଂ ପୋଲିସର ହସ୍ତକ୍ଷେପ ଯୋଗୁ ତାଙ୍କୁ ଉଦ୍ଧାର କରାଯାଇଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ସୁପ୍ରିମକୋର୍ଟରେ ପ୍ରଶାନ୍ତ ଜଗଦେବଙ୍କ ଏସ୍‌ଏଲ୍‌ପି
ଆବେଦନକାରୀ କୌଣସି ଆଶ୍ବସ୍ତି ପାଇବା ପାଇଁ ହକ୍‌ଦାର ନୁହନ୍ତି: ଓଡ଼ିଶା ସରକାର

ସରକାର ସତ୍ୟପାଠରେ ଆହୁରି କହିଛନ୍ତି ଯେ ଆବେଦନକାରୀ ଜଣେ ନିର୍ବାଚିତ ଜନପ୍ରତିନିଧି। ସେ ଲୋକମାନଙ୍କ ଜୀବନକୁ ସୁରକ୍ଷିତ କରିବା ପରିବର୍ତ୍ତେ ବିପଦକୁ ଠେଲିଦେଇଥିଲେ।ସେହିଭଳି ଆବେଦନକାରୀଙ୍କ ଦ୍ବାରା ଅପରାଧର ପୁନରାବୃତ୍ତି ହେବନାହିଁ ବୋଲି ଯେଉଁ କଥା କୁହାଯାଇଛି, ତାହାକୁ ବି ସରକାର ବିରୋଧ କରିବାକୁ ପଛାଇ ନାହାନ୍ତି। ସତ୍ୟପାଠରେ କୁହାଯାଇଛି ଯେ ଥରେ ନୁହେଁ ଦୁଇ ଦୁଇଥର ଜାମିନର ସର୍ତ୍ତକୁ ସେ ଉଲ୍ଲଂଘନ କରିଛନ୍ତି। ଆବେଦନକାରୀଙ୍କ ଅପରାଧିକ ପୃଷ୍ଠଭୂମିକୁ ଦେଖିଲେ ତାଙ୍କ ଦ୍ବାରା ଆଉଥରେ ଅପରାଧ ପୁନରାବୃତ୍ତିର ପ୍ରବଳ ସମ୍ଭାବନା ରହିଛି ଏବଂ ସାକ୍ଷୀମାନଙ୍କୁ ପ୍ରତିଶୋଧପରାୟଣ ହୋଇ ଜୀବନ ଓ ସମ୍ପତ୍ତିକୁ ବିପଦରେ ପକାଇପାରନ୍ତି। ଏହା ସହ ଆବେଦନକାରୀ ତାଙ୍କ କ୍ଷମତାକୁ ଉପଯୋଗ କରି ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ସମ୍ଭାବନା ମଧ୍ୟ ରହିଛି। ପୂର୍ବରୁ ଆବେଦନକାରୀ ସ୍ଥାସ୍ଥ୍ୟ ଆଳ ଦେଖାଇ ଜାମିନ ପାଇଛନ୍ତି। ତାଙ୍କର ରାଜନୈତିକ ବିରୋଧୀ ଏବଂ ଜଣେ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିଙ୍କୁ ଆକ୍ରମଣ ମାମଲାରେ ପୁଲିସ ଯେଉଁ ଜାମିନ୍ ଦେଇଛି, ତାହାକୁ ବାତିଲ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି ବୋଲି ରାଜ୍ୟସରକାରଙ୍କ ଦ୍ବାରା ଜବାବୀ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖଯୋଗ୍ୟ, ବାଣପୁର ବ୍ଲକ୍‌ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରଥମେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଦିଆଯାଇଥିଲା ଏବଂ ସେ ଅନ୍ତରୀଣ ଜାମିନରେ ଆସିଥି‌ଲେ। ଏହା ପରେ ହାଇକୋର୍ଟ ତାଙ୍କର ନିୟମିତ ଜାମିନ ଆବେଦନକୁ ଖାରଜ କରିବା ସହିତ ବାଣପୁର ତଳକୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ‌ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ୍‌ କରି ସୁପ୍ରିମକୋର୍ଟରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଦ୍ବାରା ଏସ୍‌ଏଲ୍‌ପି ଦାଖଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe