ପକ୍ଷପାତିତା ଓ ଭୁଲ ତଥ୍ୟ ଅଭିଯୋଗରେ ଉଇକିପିଡିଆକୁ ନୋଟିସ୍‌ ପଠାଇଲା କେନ୍ଦ୍ର

ଉଇକିପିଡିଆ ପ୍ଲାଟଫର୍ମରେ ପକ୍ଷପାତିତା ଏବଂ ଭୁଲ ତଥ୍ୟ ପ୍ରଦାନ କରାଯାଉଛି ବୋଲି ଏକାଧିକ ଅଭିଯୋଗ ହେବା ପରେ କେନ୍ଦ୍ର ମଙ୍ଗଳବାର ଉଇକିପିଡ଼ିଆକୁ ନୋଟିସରେ ରଖିଛି। ଦୁଇ ମାସ ତଳେ ଦିଲ୍ଲୀ ହାଇକୋର୍ଟ ଉଇକିପିଡ଼ିଆକୁ ସମାଲୋଚନା କରିଥିଲେ।

ଅଦ୍ୟତନ ହୋଇଛି
www.indiatoday.in

ନୂଆଦିଲ୍ଲୀ: ଉଇକିପିଡିଆ ପ୍ଲାଟଫର୍ମରେ ପକ୍ଷପାତିତା ଏବଂ ଭୁଲ ତଥ୍ୟ ପ୍ରଦାନ କରାଯାଉଛି ବୋଲି ଏକାଧିକ ଅଭିଯୋଗ ହେବା ପରେ କେନ୍ଦ୍ର ମଙ୍ଗଳବାର ଉଇକିପିଡ଼ିଆକୁ ନୋଟିସରେ ରଖିଛି।

ଇଣ୍ଟରନେଟ୍ ଏନସାଇକ୍ଲୋପିଡ଼ିଆକୁ ଲେଖିଥିବା ଏକ ପତ୍ରରେ ସରକାର ଦର୍ଶାଇଛନ୍ତି ଯେ ସମ୍ପାଦକଙ୍କର ଏକ ଛୋଟ ଗୋଷ୍ଠୀ ବିଷୟବସ୍ତୁ ଉପରେ ପୂରା ନିୟନ୍ତ୍ରଣ ରଖୁଥିବା ଜଣାପଡୁଛି। 

ସୂତ୍ର ଅନୁଯାୟୀ ସରକାର ଉଇକିପିଡିଆକୁ ମଧ୍ୟସ୍ଥି ପରିବର୍ତ୍ତେ ପ୍ରକାଶକ ଭାବରେ କାହିଁକି ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। ତେବେ ସରକାର କିମ୍ବା ଉଇକିପିଡ଼ିଆ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ପ୍ରକାରର ସରକାରୀ ବିବୃତି ଦେଇନାହାଁନ୍ତି।

ଏକ ମାଗଣା ଅନ୍ଲାଇନ୍ ଏନସାଇକ୍ଲୋପିଡ଼ିଆ ଭାବରେ ଜଣାଶୁଣା ଉଇକିପିଡ଼ିଆ, ସ୍ୱେଚ୍ଛାସେବୀମାନଙ୍କୁ ବିଭିନ୍ନ ବିଷୟ ଉପରେ ପୃଷ୍ଠା ସୃଷ୍ଟି ଏବଂ ସଂପାଦନ କରିବାକୁ ଅନୁମତି ଦେଇଥାଏ। ଫଳ‌ରେ ଯିଏ ଯାହା ଲେଖିଲେ ବି ତାହା ସେଠାରେ ସ୍ଥାନିତ ହୋଇଥାଏ।

ଦୁଇ ମାସ ତଳେ ଦିଲ୍ଲୀ ହାଇକୋର୍ଟ ଉଇକିପିଡ଼ିଆକୁ ସମାଲୋଚନା କରିବା ସହ ନ୍ୟୁଜ୍ ଏଜେନ୍ସି ଏସୀୟାନ୍‌ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ଏଏନ୍‌ଆଇ) ଦ୍ବାରା ଦାଖଲ ହୋଇଥିବା ମାମଲାରେ ଭାରତରେ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe