ଭୋଡା ଆଇଡିଆ ଅଂଶଧନ ନେବାକୁ ସରକାର ଅମଙ୍ଗ

Advertisment
ଭୋଡାଫୋନ୍‌ ଆଇଡିଆ ଦେୟକୁ ଇକ୍ବିଟିରେ ପରିଣତ କରିବେ ସରକାର

iPleaders

ନୂଆଦିଲ୍ଲୀ : ବିଭିନ୍ନ ପ୍ରକାର ଦେୟ ବାବଦରେ ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆଠାରୁ ସରକାର କୋଟି କୋଟି ଟଙ୍କା ପାଇବାର ଅଛି। ସେହି ଟଙ୍କା ଦେବା ବଦଳରେ ସମାନ ମୂଲ୍ୟର ଅଂଶଧନ ସରକାରଙ୍କ ନାମରେ କରିବାକୁ କଂପାନି ଯେଉଁ ପ୍ରସ୍ତାବ ଦେଇଛି ତାହାକୁ ସରକାର ଗ୍ରହଣ କରିବାକୁ ରାଜି ନାହାନ୍ତି।

ସରକାରଙ୍କ ପକ୍ଷରୁ ଯୁକ୍ତି ହେଉଛି ଯେ କଂପାନିର ମାଲିକାନା ରଖିଥିବା ସଂସ୍ଥା ତରଫରୁ କୌଣସି ନୂତନ ପୁଞ୍ଜିନିବେଶ କରାଯାଉନାହିଁ। ଏଭଳି ସମୟରେ ଏହାର ଅଂଶଧନ ଗ୍ରହଣ କରିବାରେ କୌଣସି ଲାଭ ହେବ ନାହିଁ। ବ୍ରିଟେନ୍‌ର ସଂସ୍ଥା ଭୋଡାଫୋନ୍ ଏବଂ ଭାରତର ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମିଳିତ ଉଦ୍ୟମରେ ଭୋଡାଫୋନ୍ ଆଇଡିଆ ପରିଚାଳିତ ହେଉଛି। ଏହି ଦୁଇ ସଂସ୍ଥା କଂପାନିରେ ପ୍ରାୟ ତିନି ହଜାର କୋଟି ଟଙ୍କା ନିବେଶ କରିବେ ବୋଲି କହିଥିଲେ। ମାତ୍ର କଂପାନିର ସ୍ଥିତି ସୁଧାରିବା ପାଇଁ ତାହା ଯଥେଷ୍ଟ ନୁହେଁ ବୋଲି ସରକାର ଭାବୁଛନ୍ତି। ଭୋଡାଫୋନ୍‌ଠାରୁ ସରକାର ପ୍ରାୟ ୧.୩୬ ଲକ୍ଷ କୋଟି ଟଙ୍କା ପାଇବାର ଅଛି। ଏହା ବ୍ୟତୀତ କଂପାନି ଉପରେ ୧୫ ହଜାର କୋଟି ଟଙ୍କାର ଋଣ ମଧ୍ୟ ରହିଛି।

ଯଦି ଏହି ରାଶି ବଦଳରେ ଅଂଶଧନ ନେବାକୁ ସରକାର ରାଜି ହେବେ ତେବେ ଭୋଡାଫୋନ୍ ଆଇଡିଆର ପ୍ରାୟ ୩୩% ଅଂଶଧନ ସରକାରଙ୍କୁ ମିଳିବ। ଫଳରେ ସରକାର ହୋଇଯିବେ କଂପାନିର ସର୍ବବୃହତ ଅଂଶଧନକାରୀ। ଏବେ ମାଲିକାନା ରଖିଥିବା ଦୁଇ ସଂସ୍ଥା ଭୋଡାଫୋନ୍ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଂଶଧନ ଯାହା ୭୪.୯୯ ପ୍ରତିଶତ ରହିଛି ତାହା ୫୦%କୁ ହ୍ରାସ ପାଇବ। ସରକାରୀ ଟେଲିକମ୍ କଂପାନି ବିଏସ୍‌ଏନ୍‌ଏଲ୍‌କୁ ସୁଧାରିବା କାମରେ ମନୋନିବେଶ କରିଛନ୍ତି। ସେଭଳି ଏକ ସମୟରେ ଆଉ ଏକ ରୁଗ୍‌ଣ କଂପାନିର ଦାୟିତ୍ବ ମୁଣ୍ଡାଇବାକୁ ସରକାର ଚାହୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe