Image Courtesy of NDTV
ନୂଆଦିଲ୍ଲୀ : ବିଜେପି କେବେ ବି ରାଜନୈତିକ ଅଛୁଆଁ ଭାବରେ ବିଶ୍ବାସ ରଖେନାହିଁ ଏବଂ ଦେଶ ଚଳାଇବାରେ ସହମତିଭିତ୍ତିକ ପ୍ରକ୍ରିୟାକୁ ଗୁରୁତ୍ବ ଦିଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ନୂଆଦିଲ୍ଲୀ ଠାରେ ଦୀନଦୟାଲ ଉପାଧ୍ୟାୟଙ୍କ ୫୩ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ବିଜେପି ସାଂସଦମାନଙ୍କୁ ଉଦ୍ବୋଧନ ଦେଇ ସେ ଆହୁରି କହିଥିଲେ ଯେ ତାଙ୍କ ଦଳ ସର୍ବଦା ରାଜନୀତି ଅପେକ୍ଷା ରାଷ୍ଟ୍ରନୀତିକୁ ଅଧିକ ପ୍ରାଧାନ୍ୟ ଦିଏ, ଏପରିକି ନିଜର ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ଯଥେଷ୍ଟ ସମ୍ମାନ ଦିଏ। ସମ୍ପ୍ରତି ଦେଶରେ ଅନେକ ସକାରାତ୍ମକ ପରିବର୍ତ୍ତନ ଘଟି ଚାଲିଥିବା ବେଳେ ପ୍ରତ୍ୟେକ ଭାରତୀୟ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ସେ ଆଶ୍ବସ୍ତ ଥିବା କହିଛନ୍ତି।ଏ ପରିପ୍ରେକ୍ଷୀରେ ତାଙ୍କ ସରକାର ପ୍ରାକ୍ତନ ରାଷ୍ଟ୍ରପତି ତଥା କଂଗ୍ରେସର ପୁରୁଖା ନେତା ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ଏବଂ ସେହିପରି ଅନ୍ୟତମ କଂଗ୍ରେସର ବୟୋଜ୍ୟେଷ୍ଠ ନେତା ତଥା ଆସାମର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଓ ନାଗାଲାଣ୍ଡର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସେନାୟଙ୍ଗବା ଚୁବାତୋଷୀ ଜମିରଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବା କଥା ଉଲ୍ଲେଖ କରିଥିଲେ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ସରକାର ସିନା ବହୁମତରେ ଚାଲେ, ଦେଶକୁ ଚଳାଇବା ପାଇଁ ସହମତି ଆବଶ୍ୟକ ବୋଲି ମୋଦୀ କହିଛନ୍ତି। ଆମେ କେବଳ ସରକାର ଚଳାଇବା ପାଇଁ ଆସିନାହାନ୍ତି, ଦେଶକୁ ମଧ୍ୟ ଆଗେଇ ନେବାକୁ ହେବ। ନିର୍ବାଚନରେ ଆମେ ପରସ୍ପର ବିରୋଧରେ ଲଢ଼େଇ କରୁଛନ୍ତି ସିନା, ତାହା ଅର୍ଥ ଆମେ ପରସ୍ପରକୁ ଅସମ୍ମାନ କରିବା ନୁହେଁ ବୋଲି ଶ୍ରୀ ମୋଦୀ କହିଛନ୍ତି।
Follow Us