କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ଜାତୀୟ ରାଜପଥର ଟୋଲ୍ ଆଦାୟ ସାମୟିକ ଭାବେ ବନ୍ଦ କଲେ ସରକାର

Advertisment
ଉତ୍ତମ ମାନର ସେବା ପାଇଁ ଜାତୀୟ ରାଜପଥଗୁଡ଼ିକର ର‍୍ୟାଙ୍କିଙ୍ଗ୍‌ କରାଯିବ

Image Source: Zee News

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଏବଂ ୨୧ଦିନିଆ ଲକଡାଉନ ଯୋଗୁଁ ସମଗ୍ର ଦେଶର ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜାରେ ଫି' ଆଦାୟ କରାଯିବ ନାହିଁ ବୋଲି ବୁଧବାର ଦିନ କେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି ଘୋଷଣା କରିଛନ୍ତି ।

ଟୁଇଟ୍ କରି ଗଡ଼କରି କହିଛନ୍ତି ଯେ ପୂର୍ବଭଳି ରାସ୍ତା ମରାମତି ଚାଲିବ ଏବଂ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଜରୁରୀ ସମ୍ବଳ ଉପଲବ୍ଧ ହେବ । ସମଗ୍ର ଦେଶରେ ଜରୁରୀ ସାମଗ୍ରୀ ଯୋଗାଣରେ ବାଧା ନ ଉପୁଜିବା ପାଇଁ ଟୋଲ୍ ଆଦାୟ ବନ୍ଦ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଗଡ଼କରି କହିଛନ୍ତି ।

publive-image Image Source: Hindustan Times

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୧ ଦିନିଆ ଲକଡାଉନ ଘୋଷିତ ହେବା ପରେ ଗୃହ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ମାର୍ଗଦର୍ଶିକା ଅନୁସରଣ କରିବାକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କହିଥିଲେ ।

ଔଷଧ ଓ ଡାକ୍ତରୀ ଉପକରଣ, ଖାଦ୍ୟ ସମାଗ୍ରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଅବାଧ ରହିବ ବୋଲି ଗୃହ ବ୍ୟାପାର ମନ୍ତ୍ରାଳୟ ଗୁରତ୍ୱାରୋପ କରିଥିଲେ ମଧ୍ୟ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କର ଭୁଲ୍ ବୁଝାମଣା ଯୋଗୁଁ ୨୧ଦିନିଆ ଲକଡାଉନର ପ୍ରଥମ ଦିନ ଭାରତର ବିଭିନ୍ନ ପ୍ରାନ୍ତକୁ ସାମଗ୍ରୀ ପରିବହନ କରାଇବାରେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe