ପଳାତକ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣର ସ୍ଥିତି କ’ଣ ଅଛି ଜାନୁଆରି ୨୦୨୧ସୁଦ୍ଧା ଜଣାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

Advertisment
ପଳାତକ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣର ସ୍ଥିତି କ’ଣ ଅଛି ଜାନୁଆରି ୨୦୨୧ସୁଦ୍ଧା ଜଣାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

News Nation

ନୂଆଦିଲ୍ଲୀ: ବ୍ରିଟେନରେ ଆତ୍ମଗୋପନ କରି ରହିଥିବା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣର ସ୍ଥିତି ଜାଣିବା ପାଇଁ ସୁପ୍ରିମ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ଦୁଇମାସ ସମୟ ଦେଇଛନ୍ତି। ଆଜି ଏ ସଂପର୍କିତ ଏକ ମାମଲାର ଶୁଣାଣି କାଳରେ ଏହି ପ୍ରତ୍ୟର୍ପଣ ପ୍ରକ୍ରିୟା ପାଇଁ କିଛି ସମୟ ସୀମା ଧାର୍ଯ୍ୟ କରାଯାଇଛି କି ବୋଲି ସୁପ୍ରିମ୍‌ କୋର୍ଟଙ୍କ ଏକ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ତେବେ, କେନ୍ଦ୍ର ସରକାରଙ୍କ ନିକଟରେ ଏନେଇ କୌଣସି ସୂଚନା ନାହିଁ ବୋଲି କୁହାଯିବା ପରେ ଦୁଇମାସ ମଧ୍ୟରେ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣର ସ୍ଥିତି କ’ଣ ରହିଛି ସେ ସଂପର୍କରେ ଏକ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତ ସୁପ୍ରିମ୍‌ କୋର୍ଟ।

ଆଜିର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଅଗ୍ରଗତି ସମ୍ପର୍କରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଛଅ ସପ୍ତାହ ସମୟ ମାଗିଥିଲେ। ତେବେ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ୟୁୟୁ ଲଲିତ ଏବଂ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଞ୍ଚ ଏଥିପାଇଁ ସହମତି ପ୍ରକାଶ କରି ଜାନୁଆରି ୨୦୨୧ ପର୍ଯ୍ୟନ୍ତ ସମୟ ଦେଇଥିଲେ।

ଅନ୍ୟପକ୍ଷରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଓକିଲ ଇସି ଅଗ୍ରୱାଲା ମାଲ୍ୟାଙ୍କ ବିରୋଧରେ ସୁପ୍ରିମ କୋର୍ଟ ଯେଉଁ ଅଦାଲତ ଅବମାନନା ମାମଲା ଆରମ୍ଭ କରିଛନ୍ତି, ତାକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ। ହେଲେ, ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe