ନୋଟ ଅଭାବ ଦୂର କରିବାକୁ ୫୦୦ ଟଙ୍କିଆ ନୋଟ ଛାପାରେ ୫ ଗୁଣା ବୃଦ୍ଧି ହେବ

Advertisment

ଦୈନିକ ଛପାଯିବ ୨୫୦୦ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ

ଦୈନିକ ଛପାଯିବ ୨୫୦୦ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ

ଦେଶବାସୀଙ୍କ ନଗଦ ମୋହ, ଜରୁରୀ ସମୟ ପାଇଁ ପାଖରେ ରଖୁଛନ୍ତି

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ନଗଦ ଅର୍ଥ (ନୋଟ)ର ବ୍ୟାପକ ଅଭାବ ଦେଖାଦେଇଛି। ନୋଟ ଅଭାବ କାରଣରୁ ଏବେ ଦେଶର ସମସ୍ତ ଅଞ୍ଚଳରେ ପ୍ରାୟ ଅଧିକାଂଶ ଏଟିଏମ୍‌ ଖାଲି ପଡ଼ିଛି। ଏଟିଏମ୍‌ରୁ ନୋଟ ନ ପାଇ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସାମନା କରୁଛନ୍ତି। ତେବେ, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି ଏବେ ବଜାରରେ ଆବଶ୍ୟକତା ଠାରୁ ଅଧିକ ନଗଦ ଅର୍ଥ ମହଜୁଦ୍‌ ରହିଛି।


ଅନ୍ୟପକ୍ଷରେ ସରକାର ନୋଟ ଅଭାବକୁ ସିଧାସଳଖ ଭାବେ ସ୍ୱୀକାର କରି ନଥିଲେ ସୁଦ୍ଧା ୫୦୦ ଟଙ୍କିଆ ନୋଟ ଅଧିକ ସଂଖ୍ୟାରେ ଛପାଇବେ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ଛପା ଯାଉଥିବା ୫୦୦ ଟଙ୍କିଆ ନୋଟ ସଂଖ୍ୟାରେ ୫ ଗୁଣା ବୃଦ୍ଧି ଘଟାଇବେ ବୋଲି ଘୋଷଣା କରିଛନ୍ତି ସରକାର।


କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଏସ୍‌ ସି ଗର୍ଗ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି, ‘ଆମେ ଏବେ ପ୍ରତିଦିନ ୫୦୦ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ ଛାପୁଛୁ। ବର୍ତ୍ତମାନ ଦେଶରେ ନୋଟ ଅଭାବ ଦେଖାଦେବା ପରେ ଆମେ ଏବେ ଏଥିରେ ୫ଗୁଣା ବୃଦ୍ଧି ଘଟାଇବା ପାଇଁ ନିଷ୍ପତ୍ତି ନେଇଛୁ। ଏହକ୍ରମରେ ଆମେ ଏବେ ପ୍ରତିଦିନ ୨୫୦୦ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ ଛପାଇବୁ। ଏବଂ ମାସକ ମଧ୍ୟରେ ୭୦,୦୦୦ରୁ ୭୫,୦୦୦ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ ଛାପି ତାକୁ ବଜାରକୁ ଛାଡ଼ିବୁ।’ ଏଥିସହ ଗତ ସେ ସ୍ୱୀକାର କରି କହିଛନ୍ତି ଗତ ସୋମବାର ଦିନ ମହାରାଷ୍ଟ୍ର, ବିହାର ଓ ଗୁଜୁରାଟରେ ନୋଟ ଅଭାବ ଦେଖା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe