ନିର୍ବାଚନ ପୂର୍ବରୁ ସରକାର ଭାଙ୍ଗିଯିବ: ସୁଶୀଲ ମୋଦୀ

ନିର୍ବାଚନ ପୂର୍ବରୁ ସରକାର ଭାଙ୍ଗିଯିବ: ସୁଶୀଲ ମୋଦୀ

Outlook India

ପାଟନା : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବର୍ଷିଛନ୍ତି। ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ହେବାର ଲକ୍ଷ୍ୟ ପୂରଣ କରିବାପାଇଁ ନୀତୀଶ ଲଗାତାର ଦ୍ବିତୀୟ ଥର ପାଇଁ ବିଜେପି ସହ ସମ୍ପର୍କ ଚ୍ଛିନ୍ନ କଲେ । ବିଜେପି କେବେ ବି କାହା ସହ ବିଶ୍ବାସଘାତକତା କରିନି। ଆମେ ନୀତୀଶ କୁମାରଙ୍କୁ ୫ ଥର ମୁଖ୍ୟମନ୍ତ୍ରୀ କଲୁ। ଆରଜେଡି ତାଙ୍କୁ ୨ ଥର ମୁଖ୍ୟମନ୍ତ୍ରୀ କରିଛି। ଆମେ ତାଙ୍କ ସହ ୧୭ ବର୍ଷର ସମ୍ପର୍କ ରଖିଥିଲୁ। କିନ୍ତୁ ସେ ଚ୍ଛିନ୍ନ କରିଦେଲେ। ନୀତୀଶ ଉପରାଷ୍ଟ୍ରପତି ହେବାପାଇଁ ଚାହୁଥିଲେ। ଅନେକ ଜେଡିୟୁ ନେତା ମଧ୍ୟ ଏଥିପାଇଁ ବିଜେପି ନେତୃବୃନ୍ଦଙ୍କୁ ଅନୁରୋଧ କରିଥିଲେ। ଉପରାଷ୍ଟ୍ରପତି ହେବାର ଆଶା ମଉଳିଯିବାପରେ ନୀତୀଶ ନିଷ୍ପତ୍ତି ବଦଳାଇ ଦେଲେ।

ସୁଶୀଲ ମୋଦୀ କହିଛନ୍ତି, ୨୦୨୦ରେ ଆମେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ପାଇଁ ‌ଭୋଟ୍‌ ପାଇଥିଲୁ। ଜେଡିୟୁକୁ ମାତ୍ର ୪୩ ଆସନ ମିଳିଥିଲା। ପରିସ୍ଥିତି ଭଲ ନଥିବା ଜାଣି ମୋଦୀ ନିଜେ ଦିନକୁ ୨-୩ ଟି ରୢାଲି କରିଥିଲେ। ତେବେ ଆଗକୁ ବିହାର ସରକାର ‌କେମିତି ଚାଲିବ ତାହା ଆମେ ଦେଖିବୁ। ପରବର୍ତ୍ତୀ ନିର୍ବାଚନ ପୂର୍ବରୁ ସରକାର ଭାଙ୍ଗିଯିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ୨ ଦିନ ପୂର୍ବରୁ ନୀତୀଶଙ୍କୁ ଫୋନ୍‌ କରିଥିଲେ ବୋଲି ସୁଶୀଲ କୁମାର ମୋଦୀ ସ୍ବୀକାର କରିଛନ୍ତି। ଶାହ ନୀତୀଶଙ୍କୁ ଫୋନ୍‌ କରି କଥା ହୋଇଥିଲେ। କୌଣସି ବିଷୟରେ ଚିନ୍ତା ନକରିବାପାଇଁ ନୀତୀଶ ଶାହଙ୍କୁ କହିଥିଲେ। ଗତ ଦେଢ଼ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ସହ କଥା ହୋଇଛନ୍ତି । କିନ୍ତୁ ସେ କେବେ ବି କିଛି ଅଭିଯୋଗ କରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe