ଉଦ୍ଧାର ଭାରତୀୟ ଛାତ୍ରଙ୍କ ପାଠ ପଢ଼ା ଶେଷ ପାଇଁ ସରକାର ନିଷ୍ପତ୍ତି ନେବେ

Advertisment
ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ୱତନ୍ତ୍ର ବିମାନ ଯୋଗେ ଫେରିଲେଣି ପ୍ରାୟ ୧୦,୮୦୦ ଭାରତୀୟ

photo-free press journal

ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ଡାକ୍ତରୀ ପଢ଼ୁଥିବା ଅଧିକାଂଶ ଭାରତୀୟ ଛାତ୍ରଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରେ। ସରକାର ସେମାନଙ୍କୁ ଉଦ୍ଧାର କରି ଦେଶକୁ ଫେରାଇ ଆଣିଛନ୍ତି। କିନ୍ତୁ ଏବେ ସେମାନଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି। ସରକାର ଏବଂ ଏନ୍‌ଏମସି (ଜାତୀୟ ମେଡିକାଲ କମିସନ୍‌) ଏହି ଛାତ୍ରମାନଙ୍କୁ ଦେଶର ବିଭିନ୍ନ ମେଡିକାଲ କଲେଜ୍‌ କିମ୍ବା ବିଦେଶରେ ‌ମେଡିକାଲ କଲେଜ୍‌ରେ ପାଠ ପଢ଼ିବାପାଇଁ ଅନୁମତି ଦେବା ସଂକ୍ରାନ୍ତରେ ନିଷ୍ପତ୍ତି ନେଉଛନ୍ତି। ଏ ସଂକ୍ରାନ୍ତରେ ଆଲୋଚନା ହୋଇଛି। ମାନବୀୟ ଦୃଷ୍ଟିକୋଣରୁ ୟୁକ୍ରେନ୍‌ରୁ ଫେରିଥିବା ଭାରତୀୟ ଛାତ୍ରଙ୍କ ଶିକ୍ଷା ଶେଷ କରିବାକୁ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe