ବିଦେଶରୁ ମେଡିକାଲ୍‌ ଅକ୍ସିଜେନ୍‌ ଆମଦାନୀ କରିବେ ସରକାର

ବିଦେଶରୁ ମେଡିକାଲ୍‌ ଅକ୍ସିଜେନ୍‌ ଆମଦାନୀ କରିବେ ସରକାର

The Nonstop News

ରାଜ୍ୟମାନଙ୍କ ଦାବି ପୂରଣ ପାଇଁ ଉଦ୍ୟମ ଜାରି
ଅକ୍ସିଜେନ୍‌ ଷ୍ଟକ୍‌ ନେଇ ମୋଦୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ସଂକ୍ରମଣ ଲଗାତାର ବଢ଼ୁଥିବାରୁ କେତେକ ନିର୍ଦ୍ଦିଷ୍ଟ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ିବା ଅବସ୍ଥାରେ। ଦେଶରେ ମେଡିକାଲ୍ ଅକ୍ସିଜେନ୍‌ର ମଧ୍ୟ ଅଭାବ ଦେଖାଦେଲାଣି। ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ମେଡିକାଲ୍‌ ଅକ୍ସିଜେନ୍‌ର ଘୋର୍ ଅଭାବ ଥିବା ନେଇ ଅଭିଯୋଗ ହୋଇଛି। କିନ୍ତୁ କେନ୍ଦ୍ର ସରକାର ସଂକ୍ରମଣ ଅଧିକ ଥିବା ରାଜ୍ୟମାନଙ୍କୁ ମେଡିକାଲ୍‌ ଅକ୍ସିଜେନ୍‌ ଯୋଗାଇଦେବେ ବୋଲି ଆଶ୍ବସ୍ତ କରିଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ବି‌ଦେଶରୁ ଟିକା ଆମଦାନୀ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତି‌ରେ କୁହାଯାଇଛି, ୫୦,୦୦୦ ମେଟ୍ରିକ୍‌ ଟନ୍‌ ମେଡିକାଲ୍‌ ଅକ୍ସିଜେନ୍‌ ଆମଦାନୀ ପାଇଁ ଟେଣ୍ଡର୍‌ ଅଣାଯାଇଛି। ପ୍ରାୟ ୧୦୦ଟି ନୂଆ ହସ୍ପିଟାଲ୍‌ ପିଏମ୍‌ କେୟାର ଫଣ୍ଡ୍‌ରୁ ସେମାନଙ୍କ ନିଜସ୍ବ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ପାଇବେ ବୋଲି ସରକାର କହିଛନ୍ତି।

ତେବେ ଦେଶରେ ମେଡିକାଲ୍‌ ଅକ୍ସିଜେନ୍‌ର ଅଭାବ ଦେଖା ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମେଡିକାଲ୍‌ ଅକ୍ସିଜେନ୍‌ ଷ୍ଟକ୍‌ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଜି ହୋଇଥିବା ବୈଠକରେ ମୋଦୀ କହିଛନ୍ତି, ପ୍ରତି ପ୍ଲାଣ୍ଟ୍‌ର ଦକ୍ଷତା ଅନୁଯାୟୀ ମେଡିକାଲ୍‌ ଅକ୍ସିଜେନ୍‌ ଉତ୍ପାଦନ ବୃଦ୍ଧି ହେବା ଉଚିତ୍‌। ୧୨ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ , ଛତିଶଗଡ଼, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ପଂଜାବ, ହରିୟାଣା ଏବଂ ରାଜସ୍ଥାନରେ ସଂକ୍ରମଣ ମାମଲା ମାତ୍ରାଧିକ ରହିଛି। ଏହି ରାଜ୍ୟମାନଙ୍କୁ ୪୮୮୦ ଟନ୍‌, ୫୬୧୯ ଟନ୍‌ ଏବଂ ୬୫୯୩ ଟପ୍‌ ଅକ୍ସିଜେନ୍‌ ଏପ୍ରିଲ ୨୦, ୨୫ ଏବଂ ୩୦ ତାରିଖରେ ଦେବା ଊଚିତ୍‌ ବୋଲି ଗତକାଲି କେନ୍ଦ୍ର ସରକାର ଚିହ୍ନଟ କରିବାପରେ ଆଜି ପ୍ରଧାନମନ୍ତ୍ରୀ ଏହି ସମୀକ୍ଷା ବୈଠକ କରିଛନ୍ତି। ତେବେ ସରକାର ଆଜି କହିଛନ୍ତି, ମହାରାଷ୍ଟ୍ର ସମେତ ସଂକ୍ରମଣ ବଢ଼ୁଥିବା ଅନ୍ୟାନ୍ୟ ରାଜ୍ୟମାନଙ୍କରେ ୧୭,୦୯୨ ମେଟ୍ରିକ୍‌ ଟନ୍‌ ମେଡିକାଲ୍‌ ଅକ୍ସିଜେନ୍‌ ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe