କରୋନା ଟିକାଜନିତ ମୃତ୍ୟୁ ପାଇଁ ସରକାର ଦାୟୀ ରହିବେନି: ସୁପ୍ରିମକୋର୍ଟଙ୍କୁ ଅବଗତ କଲେ କେନ୍ଦ୍ର ସରକାର

Advertisment
କରୋନା ଟିକାଜନିତ ମୃତ୍ୟୁ ପାଇଁ ସରକାର ଦାୟୀ ରହିବେନି: ସୁପ୍ରିମକୋର୍ଟଙ୍କୁ ଅବଗତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସର୍ବସାଧାରଣଙ୍କ ହିତରେ ସରକାର କରୋନା ଟିକାକରଣ ପାଇଁ ଉତ୍ସାହିତ କରିଥିଲେ । ଆ‌ଇନଗତ ଭାବେ ଟିକାକରଣ ପାଇଁ କାହାକୁ ବାଧ୍ୟ କରାଯାଇନି। ଟିକା ତୃତୀୟ ପକ୍ଷଙ୍କ ଦ୍ବାରା ପ୍ରସ୍ତୁତ ହେଉଛି। ତେଣୁ କରୋନା ଟିକା ନେବା ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ସରକାର ଦାୟୀ ରହିପାରିବେନି ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି। କରୋନା ଟିକାକରଣର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ପ୍ରାଣ ହରାଇଥିବା ଦୁଇ ଜଣ ଝିଅଙ୍କ ବାପା ମା’ ସୁପ୍ରିମକୋର୍ଟରେ କରିଥିବା ଏକ ଆବେଦନ ଆଧାରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଟିକାକରଣ ଯୋଗୁଁ ହୋଇଥିବା ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ କିନ୍ତୁ ସରକାର ଏଥିପାଇଁ ଦାୟୀ ରହିପାରିବେନି ।

ଟିକାକରଣ ଯୋଗୁଁ ହୋଇଥିବା ମୃତ୍ୟୁ ଘଟଣାର ନିରପେକ୍ଷ କମିଟି ଦ୍ବାରା ତଦନ୍ତ ପାଇଁ ଉକ୍ତ ଆବେଦନରେ କୁହାଯାଇଥିଲା। ଟିକାକରଣ ପରେ ପ୍ରାଣ ହାରିଥିବା ଶିଶୁଙ୍କ ବାପା ମା’ଙ୍କୁ କ୍ଷତିପୂରଣ ଦେବାପାଇଁ ମଧ୍ୟ ଏହି ଆବେଦନରେ କୁହାଯାଇଥିଲା। ଉକ୍ତ ଆବେଦନ ଉପରେ ସୁପ୍ରିମକୋର୍ଟ ଗତ ଅଗଷ୍ଟ ୨୯ରେ କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି, ଯେମିତି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ରହିଛି ଠିକ୍‌ ସେମିତି ପ୍ରତି ଟିକାର ପାର୍ଶ୍ବ ପ୍ରତିକ୍ରିୟା ରହିଛି। ଟିକା ହିତାଧିକାରୀ ସବୁବେଳେ ଟିକା ସଂକ୍ରାନ୍ତରେ ଅଧିକରୁ ଅଧିକ ସୂଚନା ଜାଣିବା ଉଚିତ। ତେବେ କ୍ଷତିପୂରଣ ସଂକ୍ରାନ୍ତରେ କେନ୍ଦ୍ର ସରକାର କହିଛନ୍ତି, ଆବେଦନକାରୀ କ୍ଷତିପୂରଣ ପାଇଁ ସିଭିଲ୍‌ କୋର୍ଟ ଯିବା ସହ ଅନ୍ୟ ନ୍ୟାୟିକ ପଦକ୍ଷେପ ନେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe