ଏହି କମ୍ପାନି ସହ ହାତ ମିଳାଇଲେ ସରକାର, ବେରୋଜଗାରଙ୍କୁ ମିଳିବ ରୋଜଗାର

ଏହି କମ୍ପାନି ସହ ହାତ ମିଳାଇଲେ ସରକାର, ବେରୋଜଗାରଙ୍କୁ ମିଳିବ ରୋଜଗାର

ନୂଆଦିଲ୍ଲୀ: ବେରାଜଗାରୀଙ୍କୁ ନିଯୁକ୍ତି ଦେବା ପାଇଁ ତଥା ତାଙ୍କର କୌଶଳ ବିକାଶ କରିବା ପାଇଁ ସରକାର ମାରୁତି ସୁଜୁକି ସହିତ ଏକ ଚୁକ୍ତିି କରିଛନ୍ତି। ଯାହା ଜରିଆରେ ଲକ୍ଷ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ରୋଜଗାରକ୍ଷମ କରାଯିବ।

ଏହି ଚୁକ୍ତିରେ କେନ୍ଦ୍ରୀୟ ଗ୍ରାମ୍ୟ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ଉପସ୍ଥିତିରେ ହସ୍ତାକ୍ଷର କରାଯାଇଛି । ଚୁକ୍ତି ଅନୁସାରେ, ମାରୁତି କମ୍ପାନି ଦୀନ ଦୟାଲ କୌଶଳ ବିକାଶ ଯୋଜନା ଅଧିନରେ ୨ବର୍ଷରେ ସର୍ବନିମ୍ନ ୫ହଜାର ଗ୍ରାମାଞ୍ଚଳ ଯୁବକଙ୍କ କୌଶଳର ବିକାଶ କରାଇବ ଓ ତାଙ୍କୁ ରୋଜଗାରଯୋଗ୍ୟ ବନାଇବ । ଏହି ପ୍ରଶିକ୍ଷଣ ଦ୍ୱାରା ଗ୍ରାମାଞ୍ଚଳ ଯୁବକଙ୍କୁ ବଜାରର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯିବ ।

publive-image

କୌଶଳ ବିକାଶ ପରେ ଉଦ୍ୟୋଗ ଜଗତର କମ୍ପାନିଗୁଡିକ ଟ୍ରେନିଙ୍ଗ ଦେଇ ଲୋକଙ୍କୁ ରୋଜଗାରମୁଖୀ କରାଇବ ତଥା ତାଙ୍କୁ ବିଦେଶରେ ମଧ୍ୟ ନିଯୁକ୍ତି ମିଳିପାରିବ। ତାଙ୍କ କ୍ୟାରିୟର ବିକଶିତ ହୋଇପାରିବ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୌଶଳ ଯୋଜନା ଅଧିନରେ ବେକାରୀ ଓ ଅସଙ୍ଗଠିତ ଲୋକଙ୍କୁ ଟ୍ରେନିଙ୍ଗ ଦେବା ପାଇଁ କୌଶଳ ବିକାଶ ନାମରେ କାର୍ଯ୍ୟକ୍ରମ ଚଲାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe