ରାଜ୍ୟପାଳଙ୍କ ନାମରେ ଯୌନ ଉତ୍ପୀଡନ ଅଭିଯୋଗ

Advertisment
ରାଜ୍ୟପାଳଙ୍କ ନାମରେ ଯୌନ ଉତ୍ପୀଡନ ଅଭିଯୋଗ

Boss sexual harassing to blonde secretary at workplace

ନୂଆଦିଲ୍ଲୀ: ଦକ୍ଷିଣ ଭାରତ ରାଜ୍ୟର ଜଣେ ରାଜ୍ୟପାଳଙ୍କ ନାମରେ ଯୌନ ଉତ୍ପୀଡନ ଅଭିଯୋଗ ଆସିଛି। ଏହି ରାଜ୍ୟପାଳ ଜଣକ କିଏ ତାହା ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବା ବେଳେ ଦକ୍ଷିଣ ଭାରତର ଏହି ରାଜ୍ୟପାଳ ଜଣକ ରାଜଭବନର ମହିଳା କର୍ମଚାରୀଙ୍କ ସହିତ ଯୌନ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ସମ୍ପର୍କିତ ଏକ ଅଭିଯୋଗ ଗୃହମନ୍ତ୍ରଣାଳୟର ହସ୍ତଗତ ହୋଇଛିି। ଏହି ଅଭିଯୋଗ ପାଇବା ପରେ ଘଟଣାର ତୁରନ୍ତ ତଦନ୍ତ ପାଇଁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦିି ଅଭିଯୋଗରେ ସାମାନ୍ୟତମ ସତ୍ୟତା ଥାଏ ତେବେ ସମ୍ପୃକ୍ତ ରାଜ୍ୟପାଳଙ୍କୁ ତୁରନ୍ତ ଇସ୍ତଫା ଦେବା ପାଇଁ କୁହାଯିବ ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି।
ସୂଚନା ଯୋଗ୍ୟ ଯେ ଗତ ବର୍ଷ ଜାନୁଆରି ମାସରେ ମେଘାଳୟ ରାଜ୍ୟପାଳ ଥିବା ଭି ଶନ୍‌ମୁଗାନାଥନଙ୍କ ନାମରେ ସମାନ ଅଭିଯୋଗ ଆସିବ ପରେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା।ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମେଘାଳୟ ରାଜଭବନର ୧ଶହରୁ ଊର୍ଧ୍ୱ କର୍ମଚାରୀ ଚିଠି ଲେଖି ରାଜ୍ୟପାଳଙ୍କୁ ହଟାଇବା ପାଇଁ ଦାବି କରିଥଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe