ସାଇବର ଅପରାଧ ରୋକିବାକୁ ବଡ଼ ପଦକ୍ଷେପ : ୨୦ ଲକ୍ଷ ମୋବାଇଲ ନମ୍ବରର କାଗଜପତ୍ର ଯାଞ୍ଚ ହେବ

Advertisment
ସାଇବର ଅପରାଧ ରୋକିବାକୁ ବଡ଼ ପଦକ୍ଷେପ : ୨୦ ଲକ୍ଷ ମୋବାଇଲ ନମ୍ବରର କାଗଜପତ୍ର ଯାଞ୍ଚ ହେବ

ନୂଆଦିଲ୍ଲୀ: ଦେଶରେ ବଢୁଥିବା ସାଇବର ଅପରାଧକୁ ରୋକିବା ପାଇଁ ଏକ ବଡ ପ୍ରସ୍ତୁତି ଚାଲିଛି । ସାଇବର ଅପରାଧ ଏବଂ ଆର୍ଥିକ ଠକେଇରେ ହେଉଥିବା ଟେଲିକମ ସେବାର ଦୁରୁପୋଗକୁ ରୋକିବା ପାଇଁ ଦୂରସଂଚାର ବିଭାଗ (ଡିଓଟି), ଗୃହ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟର ରାଜ୍ୟ ପୁଲିସ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସହଭାଗିତା ମାଧ୍ୟମରେ ସାଇବର ଠକଙ୍କ ନେଟୱାର୍କକୁ ଭାଙ୍ଗିବା ସହ ସାଧାରଣ ନାଗରିକମାନେ ବଢୁଥିବା ଡିଜିଟାଲ ବିପଦରୁ ସୁରକ୍ଷିତ ରହିବେ ।

ଟେଲିକମ୍ ମନ୍ତ୍ରଣାଳୟ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ପୋଲିସର ବିଶ୍ଳେଷଣ ଅନୁଯାୟୀ, ଏଭଳି ୨୮,୨୦୦ ମୋବାଇଲ ହ୍ୟାଣ୍ଡସେଟର ସୁରାକ ମିଳିଛି ଯେଉଁଗୁଡ଼ିକୁ ସାଇବର ଅପରାଧ ଘଟାଇବା ପାଇଁ ବ୍ୟବହାର କରାଯାଇଛି। ଦୂରସଂଚାର ବିଭାଗ ଦ୍ୱାରା କରାଯାଇଥିବା ବିଶ୍ଳେଷଣରେ ବିଭାଗ ଜାଣିବାକୁ ପାଇଛି ଯେ ଏହି ୨୮,୨୦୦ ମୋବାଇଲ ହ୍ୟାଣ୍ଡସେଟ୍ ରେ ୨୦ ଲକ୍ଷ ମୋବାଇଲ୍ ନମ୍ବର ବ୍ୟବହାର କରାଯାଇଛି।  ଏଣୁ ଏହି ୨୦ ଲକ୍ଷ ମୋବାଇଲ ନମ୍ବରର ପୁନଃଯାଞ୍ଚ ବା ରିଭେରିଫିକେସନ କରିବାକୁ ନିଷ୍ପତ୍ତି ନିଆଯାଉଛି ।

ଯୋଗାଯୋଗ ମନ୍ତ୍ରଣାଳୟ କହିଛି ଯେ ବିଭାଗ ମୋବାଇଲ୍ ସେବା ପ୍ରଦାନକାରୀମାନଙ୍କୁ ସମଗ୍ର ଦେଶରେ ଏଭଳି ୨୮,୨୦୦ ମୋବାଇଲ୍ ହ୍ୟାଣ୍ଡସେଟକୁ ବ୍ଲକ୍ କରିବାକୁ ଏବଂ ମୋବାଇଲ୍ ହ୍ୟାଣ୍ଡସେଟ୍ ସହ ଲିଙ୍କ୍ ହୋଇଥିବା ଏହି ୨୦ ଲକ୍ଷ ମୋବାଇଲ୍ ନମ୍ବରର କାଗଜପତ୍ର ପୁନଃଯାଞ୍ଚ କରିବାକୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe