ପିଲାଙ୍କୁ ଯୌନଉତ୍ପୀଡ଼ନ ଦେଉଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରଣୟନ କରିବାକୁ ସରକାର ଅରାଜି

Advertisment
ପିଲାଙ୍କୁ ଯୌନଉତ୍ପୀଡ଼ନ ଦେଉଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରଣୟନ କରିବାକୁ ସରକାର ଅରାଜି

ନୂଆଦିଲ୍ଲୀ: ଶିଶୁ ଏବଂ ପିଲାମାନଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରଣୟନ କରିବା ନିମନ୍ତେ ଆଇନ ସଂଶୋଧନ କରିବ ନାହିଁ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି। ପିଲାମାନଙ୍କ ସହ ଯୌନାଚାର କରୁଥିବା ଲୋକମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ନିମନ୍ତେ ମଧ୍ୟପ୍ରଦେଶରେ ବିଜେପି ସରକାର ଏକ ବିଲ୍‌ ଆଗତ କରିଥିବା ବେଳେ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ପି ଏସ୍‌ ନରସିଂହ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଯେ ସବୁ କଥା ପାଇଁ ମୃତ୍ୟୁଦଣ୍ଡ ସମାଧାନ ନୁହେଁ।

ପିଲାମାନଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଆଇନ ପ୍ରଣୟନ କରିବାକୁ ଆବେଦନକାରୀ ଓକିଲ ଆଲାଖ ଆଲୋକ ଶ୍ରୀବାସ୍ତବଙ୍କ ଆବେଦନର ଉତ୍ତର ଦେଇ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଏ କଥା କହିଛନ୍ତି।

ନରସିଂହ କହିଛନ୍ତି କି, ‘ପ୍ରୋଟେକ୍‌ସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍‌ସେସ୍‌ ଆକ୍ଟ୍‌’ରେ ପିଲାଙ୍କ ପ୍ରତି ଯୌନାଚାର କରୁଥିବା ବ୍ୟକ୍ତିଙ୍କୁ ସର୍ବନିମ୍ନ ୧୦ ବର୍ଷ ଏବଂ ସର୍ବାଧିକ ଆଜୀବନ କାରାଦଣ୍ଡର ବ୍ୟବସ୍ଥା କରାଯାଇଛି। ନାବାଳିକାଙ୍କ ସହ ଗଣଦୁଷ୍କର୍ମ କଲେ ୨୦ ବର୍ଷରୁ ଆରମ୍ଭ କରି ଯାବଜ୍ଜୀବନ କାରାଦଣ୍ଡ ପାଇଁ ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe