୮ମ ବେତନ ଆୟୋଗ ଗଠନକୁ କ୍ୟାବିନେଟ ଅନୁମୋଦନ

କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ଗୁରୁବାର ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରିଛି। ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢିବାର ରାସ୍ତା ପରିଷ୍କାର ହୋଇଛି ।

ଅଦ୍ୟତନ ହୋଇଛି
nn

 ନୂଆଦିଲ୍ଲୀ : କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ଗୁରୁବାର ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରିଛି। ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢିବାର ରାସ୍ତା ପରିଷ୍କାର ହୋଇଛି ।

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଏବଂ ସରକାର ସେମାନଙ୍କୁ ଏହି ଉପହାର ଦେଇଛନ୍ତି । ଖୁବଶୀଘ୍ର ଏଥିପାଇଁ ଏକ କମିଟି ଗଠନ କରାଯାଇ ଅଷ୍ଟମ ବେତନ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଛି।

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଏବଂ ସରକାର ସେମାନଙ୍କୁ ଏହି ଉପହାର ଦେଇଛନ୍ତି । ଖୁବଶୀଘ୍ର ଏଥିପାଇଁ ଏକ କମିଟି ଗଠନ କରାଯାଇ ଅଷ୍ଟମ ବେତନ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ ହେବ।

ଏଥିପାଇଁ କ୍ୟାବିନେଟ୍ ସଚିବଙ୍କୁ ଭେଟି ଅଷ୍ଟମ ବେତନ କମିଶନ ଗଠନ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ସଂଗଠନ ଗୁଡ଼ିକ ଦାବି କରିଥିଲେ ଏବଂ ଏହି ସଂଗଠନଗୁଡ଼ିକ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ସରକାରଙ୍କ ଉପରେ ବାରମ୍ବାର ଚାପ ପକାଉଥିଲେ। ଗତ ବର୍ଷକ ମଧ୍ୟରେ ଅନେକ ଥର କର୍ମଚାରୀ ସଂଗଠନ କେନ୍ଦ୍ର ସରକାରଙ୍କ ନିକଟରେ ଏ ନେଇ ସ୍ପଷ୍ଟୀକରଣ ଦାବି କରିଆସୁଥିଲେ। ଗତ ବଜେଟ୍ ପରେ ଅର୍ଥ ସଚିବ ଟିଭି ସୋମନାଥନଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ ଯେ ଏହି କାମ ପାଇଁ ଆମ ପାଖରେ ଏବେ ବି ଯଥେଷ୍ଟ ସମୟ ଅଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe