ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ର ଫଳାଫଳ: ପୁଣି ଶୀର୍ଷରେ ଇନ୍ଦୋର

Advertisment
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ର ଫଳାଫଳ: ପୁଣି ଶୀର୍ଷରେ ଇନ୍ଦୋର

www.hindustantimes.com

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ର ଫଳାଫଳ ଘୋଷଣା କରିଛନ୍ତି କେନ୍ଦ୍ର ସରାକାର। ଏହି ପ୍ରତିଯୋଗିତାରେ ପୁଣି ଥରେ ଶୀର୍ଷ ସ୍ଥାନରେ ରହିଛି ମଧ୍ୟପ୍ରଦେଶର ଇନ୍ଦୋର। ଇନ୍ଦୋର ଲଗାତର ଚତୁର୍ଥ ଥର ପାଇଁ ଏହି ସ୍ଥାନରେ ରହିଛି। ଏହି ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଗୁଜୁରାଟର ସୁରଟ ଓ ତୃତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ରର ନବି ମୁମ୍ବାଇ।
ସେହିପରି ୧ ଲକ୍ଷରୁ କମ୍‌ ଜନସଂଖ୍ୟା ଥିବା ସହର ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ରର କରାଦ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ରହିଛି ରାଜ୍ୟର ସାସ୍ୱଦ ଏବଂ ଲୋନାବଲା।

publive-image nativeplanet.com

ସମସ୍ତ ପ୍ରକାରର କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟଗୁଡ଼ିକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା। ଏହି ଦୁଇ ଶ୍ରେଣୀ ଭିତରୁ ପ୍ରଥମ ବର୍ଗରେ ଛତିଶଗଡ଼ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ବର୍ଗରେ ଶୀର୍ଷରେ ରହିଛି ଝାଡ଼ଖଣ୍ଡ।
ଜଳନ୍ଦର କ୍ୟଣ୍ଟ୍‌ନମେଣ୍ଟ୍‌କୁ ଭାରତର ସ୍ୱଚ୍ଛ କ୍ୟଣ୍ଟ୍‌ନମେଣ୍ଟ୍‌ ବୋର୍ଡ ଘୋଷଣା କରାଯାଇଥିବା ବେଳେ ବାରଣାସୀକୁ ଶ୍ରେଷ୍ଠ ଗଙ୍ଗା ସହର ଭାବେ ଘୋଷଣା କରାଯାଇଛି।
ଏକ ଲକ୍ଷରୁ ଊର୍ଧ୍ୱ ଜନସଂଖ୍ୟା ଥିବା ସହରଗୁଡ଼ିକରେ ସର୍ବାଧିକ ନାଗରିକ ଅଂଶଗ୍ରହଣ ଦୃଷ୍ଟିରୁ ଆଗରେ ରହିଛି ଉତ୍ତରପ୍ରଦେଶର ଶାହାଜନପୁର।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ‘ସ୍ୱଚ୍ଛ ମହୋତ୍ସବ’ ନାମକ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରି ୧୨୯ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ସହର ଓ ରାଜ୍ୟକୁ ପୁରସ୍କୃତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe