କୋଭିଡ୍‌-୧୯ର ‘ଭାରତୀୟ ଭେରିଆଣ୍ଟ୍‌’ ଉଲ୍ଲେଖ ଥିବା ‘କଣ୍ଟେଣ୍ଟ୍‌’ ଉଠାଇ ଦେବା ଲାଗି ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମକୁ କହିଲେ ସରକାର

Advertisment
କୋଭିଡ୍‌-୧୯ର ‘ଭାରତୀୟ ଭେରିଆଣ୍ଟ୍‌’ ଉଲ୍ଲେଖ ଥିବା ‘କଣ୍ଟେଣ୍ଟ୍‌’ ଉଠାଇ ଦେବା ଲାଗି ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମକୁ କହିଲେ ସରକାର

Image Courtesy of Telegraph India

ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରାନ୍ତ ବିଭ୍ରାନ୍ତକର ସୂଚନା ରୋକିବା ଲାଗି କରୋନାଭାଇରସ୍‌ର ‘ଭାରତୀୟ ଭେରିଆଣ୍ଟ୍‌’ ଉଲ୍ଲେଖ ଥିବା କି, ସୂଚାଉଥିବା ଯେକୌଣସି ‘‌କଣ୍ଟେଣ୍ଟ୍‌’ ବା ବିଷୟବସ୍ତୁକୁ ତୁରନ୍ତ ହଟାଇ ଦେବା ଲାଗି ସରକାର ସାମାଜିକ ଗଣମାଧ୍ୟମ କମ୍ପାନିମାନଙ୍କୁ କହିଛନ୍ତି।

ସରକାରଙ୍କର ଏହି ସଦ୍ୟତମ ପରାମର୍ଶ ପାଇଥିବା କଥା ମଧ୍ୟ ସାମାଜିକ ଗଣମାଧ୍ୟମ କମ୍ପାନିମାନେ କହିଛନ୍ତି।

ଏ ବିଷୟରେ ‘ଆଇଟି ମନ୍ତ୍ରାଳୟ’ ଜାରି କରିଥିବା ନୋଟିସ୍‌ରେ ଉଲ୍ଲେଖ ଅଛି ଯେ, ବିଭିନ୍ନ ଦେଶରେ କରୋନାଭାଇରସ୍‌ର ‘ଭାରତୀୟ ଭେରିଆଣ୍ଟ୍‌’ ବିସ୍ତାର ଲାଭ କରୁଛି ବୋଲି ଗୋଟାଏ ଅସତ୍ୟ ମନ୍ତବ୍ୟ ଅନ୍‌ଲାଇନ୍‌ରେ ପ୍ରସାରିତ ହେଉଛି। ମେ ୧୨ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହାର ସ୍ପଷ୍ଟିକରଣ ଦେଇସାରିଛି।

publive-image Image Courtesy of Outlook India

ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରୁ କରୋନାଭାଇରସ୍‌ ସମ୍ବନ୍ଧୀୟ ଅସତ୍ୟ ସମ୍ବାଦ/ବିଭ୍ରାନ୍ତକର ସୂଚନା ପ୍ରସାରଣ ଉପରେ ରୋକ ଲଗାଇବା ଲାଗି ‘ଇଲେକ୍ଟ୍ରୋନିକ୍ସ୍‌ ଆଣ୍ଡ୍‌ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି’ ମନ୍ତ୍ରାଳୟ ଆଦେଶନାମା ଜାରି କରିଥିଲା। ଏହାଛଡ଼ା, ସାମାଜିକ ଗଣମାଧ୍ୟମର ଅପବ୍ୟବହାର ରୋକିବା ଲାଗି ମଧ୍ୟ ସରକାର ମାର୍ଗଦର୍ଶିକା ଜାରି କରିଥିଲେ।

‘ଗୁଗଲ୍‌’, ‘ଫେସ୍‌ବୁକ୍‌’, ‘ଟୁଇଟର୍‌’, ‘ହ୍ବାଟସ୍‌ଆପ୍‌’ ଏବଂ ‘ୟୁଟ୍ୟୁବ୍‌’ ଭଳି ଡିଜିଟାଲ୍‌ ପ୍ଲାଟ୍‌ଫର୍ମଙ୍କ ଲାଗି ଭାରତ ହେଉଛି ଅନ୍ୟତମ ବୃହତ୍ତମ ବଜାର। ସରକାରୀ ତଥ୍ୟାନୁସାରେ, ସମ୍ପ୍ରତି ଦେଶରେ ୫୩ କୋଟି ହ୍ବାଟସ୍‌ଆପ୍‌, ୪୪.୮ କୋଟି ୟୁଟ୍ୟୁବ୍‌, ୪୧କୋଟି ଫେସ୍‌ବୁକ୍‌, ୨୧ କୋଟି ଇନ୍‌ଷ୍ଟାଗ୍ରାମ୍‌ ଏବଂ ୧.୭୫ କୋଟି ‘ଟୁଇଟର୍‌’ ବ୍ୟବହାରକାରୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe