୧୪,୫୦୦ ଏନ୍‌ଜିଓର ବିଦେଶ ପାଣ୍ଠି ଗ୍ରହଣ ବନ୍ଦ କରିଛନ୍ତି ସରକାର

Advertisment
୧୪,୫୦୦ ଏନ୍‌ଜିଓର ବିଦେଶ ପାଣ୍ଠି ଗ୍ରହଣ ବନ୍ଦ କରିଛନ୍ତି ସରକାର

The Economic Times

ନୂଆଦିଲ୍ଲୀ : ଏଫ୍‌ସିଆରଏ (ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ) ଅଧୀନରେ ପଞ୍ଜିକୃତ ହୋଇଥିବା ୧୪,୫୦୦ରୁ ଅଧିକ ଏନ୍‌ଜିଓକୁ ଗତ ୫ ବର୍ଷ ମଧ୍ୟ‌ରେ ବିଦେଶୀ ପାଣ୍ଠି ଗ୍ରହଣ ପାଇଁ ନିଷିଦ୍ଧ କରାଯାଇଛି। ଏହି ଏନ୍‌ଜିଓମାନଙ୍କର ବିଦେଶ ପାଣ୍ଠି ଗ୍ରହଣକୁ ସରକାର ବନ୍ଦ କରିଦେଇଛନ୍ତି। ଆଜି ରାଜ୍ୟସଭାରେ ଏହି ସୂଚନା ଦେଇ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ କହିଛନ୍ତି ଯେ ମନ୍ତ୍ରାଳୟ ଦ୍ବାରା ଚଳିତ ବର୍ଷ ୧୮୦୮ ଏନ୍‌ଜିଓର ଏଫ୍‌ସିଆରଏ ପଂଜିକରଣକୁ ବାତିଲ କରାଯାଇଛି। ପ୍ରାୟ ୧୪,୫୦୦ ସଂଗଠନର ପଂଜୀକରଣ ସାର୍ଟିଫିକେଟ୍‌ ଗତ ୫ ବର୍ଷ ମଧ୍ୟରେ ବାତିଲ ହୋଇଛି। ଏଫ୍‌ସିଆରଏ ପଂଜିକୃତ ଏନ୍‌ଜିଓ ଦ୍ବାରା ଦେଶରେ ୨୦୧୮-୧୯ ରେ ସମୁଦାୟ ୨,୨୪୪.୭୭ କୋଟି ଟଙ୍କା ଏବଂ ୨୦୧୭-୧୮ରେ ୧୬,୯୦୨,୪୧ କୋଟି ଟଙ୍କା ଗ୍ରହଣ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe