Image Courtesy of The Economic Times
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ଦେବା ଲାଗି ରୁଷ୍ ସହାୟତାରେ ୫ ଲକ୍ଷରୁ ଊର୍ଦ୍ଧ୍ବ ‘ଏକେ-୨୦୩ ଆସଲ୍ଟ୍ ରାଇଫଲ୍’ ଉତ୍ପାଦନ ନିମିତ୍ତ ପ୍ରକଳ୍ପକୁ ସରକାର ଅନୁମୋଦନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଶିଖର ବୈଠକ ଲାଗି ଡିସେମ୍ବର ୬ ତାରିଖ ଦିନ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଦୁଇଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଏ ସଙ୍କ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ ଆଜି କହିଛନ୍ତି।
ଜଣେ ଅଧିକାରୀ କହିଛନ୍ତି, ଏହି ମଞ୍ଜୁରି ହେଉଛି ବୈଶ୍ବିକ କ୍ରୟରୁ ପ୍ରତିରକ୍ଷା ସାମଗ୍ରୀଗୁଡ଼ିକୁ ‘ମେକ୍ ଇନ୍ ଇଣ୍ଡିଆ’କୁ ସ୍ଥାନାନ୍ତରଣ କରାଯିବାର ପ୍ରତିଫଳନ। ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀକୁ ନିବିଡ଼ର କରିବ।
Image Courtesy of India Todayତିନି ଦଶନ୍ଧିରୁ ଅଧିକ ହେବ ସେନାରେ ବ୍ୟବହାର ହେଉଥିବା ‘ଇନ୍ସାସ୍ ରାଇଫଲ୍’ ସ୍ଥାନରେ ‘ଏକେ-୨୦୩ ଆସଲ୍ଟ୍ ରାଇଫଲ୍’ ବ୍ୟବହାର କରାଯିବ।
ସେ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ରକଳ୍ପ ବହୁ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ବ୍ୟବସାୟ ସୁଯୋଗ ଯୋଗାଇ ଦେବ। ସେହିପରି, ଅନ୍ୟ ପ୍ରତିରକ୍ଷା କମ୍ପାନିଗୁଡ଼ିକ କଞ୍ଚାମାଲ୍ ଏବଂ ଉପକରଣ ଯୋଗାଇ ଦେବେ, ଯାହା ନୂତନ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିବ।
ଉପରୋକ୍ତ ପ୍ରକଳ୍ପର ନାଁ ରଖାଯାଇଛି ‘ଇଣ୍ଡୋ-ରଷିଆନ୍ ରାଇଫଲ୍ ପ୍ରାଇଭେଟ୍ ଲିମିଟେଡ୍’। ‘ଆଡ୍ଭାନ୍ସଡ୍ ଉଇପନ୍ସ୍ ଆଣ୍ଡ୍ ଇକ୍ବିପ୍ମେଣ୍ଟ୍ ଇଣ୍ଡିଆ ଲିମିଟେଡ୍ ଆଣ୍ଡ୍ ମ୍ୟୁନିସନ୍ସ୍ ଇଣ୍ଡିଆ ଲିମିଟେଡ୍’ ଏବଂ ରୁଷ୍ର ‘ରୋସୋବୋରୋନେକ୍ସପୋର୍ଟ’ ଏବଂ ‘କାଲାସନିକୋଭ୍’ଦ୍ବାରା ଏହି କମ୍ପାନି ସ୍ଥାପନ କରିଛନ୍ତି।
Follow Us