ପୂଜା ଖେଡକରଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ ହଟାଇଲେ ସରକାର

କେନ୍ଦ୍ର ସରକାର ପୂଜା ଖେଡକରଙ୍କୁ ତୁରନ୍ତ ଭାରତୀୟ ପ୍ରଶାସନିକ ସେବାରୁ ବହିଷ୍କାର କରିଛନ୍ତି। ପୂଜା ଖେଡକରଙ୍କ ବିରୋଧରେ ଆଇଏଏସ୍ (ପ୍ରୋବେସନ୍) ନିୟମ, ୧୯୯୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

pooja

ମୁମ୍ବାଇ: ମହାରାଷ୍ଟ୍ର କ୍ୟାଡରର ପୂର୍ବତନ ଆଇଏଏସ୍ ଟ୍ରେନି ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ପୂଜା ଖେଡକରଙ୍କୁ ତୁରନ୍ତ ଭାରତୀୟ ପ୍ରଶାସନିକ ସେବାରୁ ବହିଷ୍କାର କରିଛନ୍ତି। ପୂଜା ଖେଡକରଙ୍କ ବିରୋଧରେ ଆଇଏଏସ୍ (ପ୍ରୋବେସନ୍) ନିୟମ, ୧୯୯୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ପୂର୍ବରୁ ପୂର୍ବତନ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଏବଂ ଦିଲ୍ଲୀ ପୁଲିସ ବିରୋଧ କରିଥିଲେ।

ପୂଜା ଖେଡକରଙ୍କ ବିରୋଧରେ ଓବିସି ସଂରକ୍ଷଣ ଏବଂ ଭିନ୍ନକ୍ଷମ କୋଟାର ଆଶ୍ରୟ ନେଇ ୟୁପିଏସସି ପରୀକ୍ଷା ଦେଇଥିବା ଅଭିଯୋଗ ହୋଇଛି। ସେ ଜାଲ କାଗଜପତ୍ର ଜରିଆରେ ପରୀକ୍ଷା ଦେଇଥିବା ଅଭିଯୋଗ ହୋଇଛି।

ୟୁପିଏସସି ଏବଂ ଦିଲ୍ଲୀ ପୋଲିସ ଅଦାଲତଙ୍କୁ କହିଥିଲେ ଯେ ସେ କେବଳ ୟୁପିଏସସି ନୁହେଁ, ସରକାର ଓ ଜନସାଧାରଣଙ୍କୁ ଠକିଛନ୍ତି । କାରଣ ସିଭିଲ ସର୍ଭିସ ପରୀକ୍ଷା ପାଇଁ ୨୦୨୦ ସୁଦ୍ଧା ସମସ୍ତ ତାଙ୍କର ପ୍ରୟାସ ଶେଷ ହେବା ପରେ ସେ ୨୦୨୧ ରେ ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ରେ ବସିବା ପାଇଁ ଅଯୋଗ୍ୟ ହୋଇଯାଇଥିଲେ । କିନ୍ତୁ ସେ ଜାଲ ପ୍ରମାଣପତ୍ର ଦେଖାଇ ସେ ଏହି ପରୀକ୍ଷା ଦେଇଥିଲେ ।  ଠକେଇ ଓ ଓବିସି ଓ ଭିନ୍ନକ୍ଷମ କୋଟା ର ଦୁରୁପଯୋଗ ଅଭିଯୋଗରେ ପୂଜା ଖେଡକର ଏବେ ଅନ୍ତରୀଣ ଜାମିନରେ ଅଛନ୍ତି।

ପୂଜା ଖେଡକରଙ୍କ ବିରୋଧରେ ଓବିସି ସଂରକ୍ଷଣ ଏବଂ ଭିନ୍ନକ୍ଷମ କୋଟାର ଆଶ୍ରୟ ନେଇ ୟୁପିଏସସି ପରୀକ୍ଷା ଦେଇଥିବା ଅଭିଯୋଗ ହୋଇଛି। ସେ ଜାଲ କାଗଜପତ୍ର ଜରିଆରେ ପରୀକ୍ଷା ଦେଇଥିବା ଅଭିଯୋଗ ହୋଇଛି। ସିଭିଲ ସର୍ଭିସ ପରୀକ୍ଷାରେ ଜାଲିଆତି କରି ଉତ୍ତୀର୍ଣ୍ଣ ହେବା ଅଭିଯୋଗରେ ଦିଲ୍ଲୀ ପୋଲିସ ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe