କରୋନା ମୁକାବିଲା ପାଇଁ ସରକାରଙ୍କ ବିଶାଳ ଯୋଜନା, ମନ୍ତ୍ରୀ ଗୋଷ୍ଠୀର ଦ୍ବିତୀୟ ବୈଠକ

Advertisment
କରୋନା ମୁକାବିଲା ପାଇଁ ସରକାରଙ୍କ ବିଶାଳ ଯୋଜନା, ମନ୍ତ୍ରୀ ଗୋଷ୍ଠୀର ଦ୍ବିତୀୟ ବୈଠକ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସରକାର ଯୁଦ୍ଧସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଗକୁ ଆହୁରି ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାରଙ୍କ ଏକ ମନ୍ତ୍ରୀ ଗୋଷ୍ଠୀ ବୈଠକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ଦେଶରେ ଲକ୍‌ଡାଉନ୍‌ ସତ୍ତ୍ବେ ଶ୍ରମିକଙ୍କ ପଳାୟନ ଯୋଗୁଁ ଉପୁଜିଥିବା ସମସ୍ୟା ଏବଂ ଆଗକୁ ଏବାବଦ ରଣନୀତି ‌ନେଇ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ଲକ୍‌ଡାଉନ୍‌ ପରବର୍ତ୍ତୀ କଟକଣା ଏବଂ ବିଭିନ୍ନ ବର୍ଗଙ୍କ ସମସ୍ୟା ସମାଧାନ ସଂକ୍ରାନ୍ତରେ ମଧ୍ୟ ସବିଶେଷ ଚର୍ଚ୍ଚା ହୋଇଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ପ୍ରକାଶ ଜାଭଡେକର, ସ୍ମୃତି ଇରାନୀ, ହରଦୀପ ପୁରୀ, ରାମ ବିଳାସ ପାଶ୍ବାନ, ସୁରେଶ ଗଂଗ୍‌ୱାର ପ୍ରମୁଖ ସାମିଲ ଥିଲେ। ଏହା ଗ୍ରୁପ୍‌ ଅଫ୍‌ ମିନିଷ୍ଟର୍ସର ଦ୍ବିତୀୟ ବୈଠକ ଥିଲା। ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଥିଲା। କରୋନାକୁ ଦୃଷ୍ଟିରେ ରଖି ମୋଦୀ ସରକାର ୧.୭୦ ଲକ୍ଷ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହା ସହିତ ଦେଶର ୮୦ କୋଟି ଲୋକଙ୍କ ପାଇଁ ମାଗଣା ରାସନ ସହିତ ୨୦ କୋଟି ମହିଳାଙ୍କ ପାଇଁ ଜନଧନ ଖାତାରେ ୩ ମାସ ପର୍ଯ୍ୟନ୍ତ ୫ ଶହ ଟଙ୍କା ଲେଖାଏଁ ପଠାଇବା ବ୍ୟବସ୍ଥା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe