କୋଚିଂ ସେଣ୍ଟର ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇଯାଇଛନ୍ତି କି ଛାତ୍ରଛାତ୍ରୀ ? ଅନୁଧ୍ୟାନ କରିବେ ସରକାର

କୋଚିଂ ସେଣ୍ଟର ଗୁଡ଼ିକ ଉପରେ ଛାତ୍ରଛାତ୍ରୀମାନେ ଅତ୍ୟଧିକ ନିର୍ଭର କରୁଛନ୍ତି କି ? ଏହି ପ୍ରଶ୍ନ ସରକାରଙ୍କୁ ଚିନ୍ତିତ କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଯାଞ୍ଚ କମିଟି ଗଠନ କରିଛନ୍ତି । 

coaching centre

ନୂଆଦିଲ୍ଲୀ: କୋଚିଂ ସେଣ୍ଟର ଗୁଡ଼ିକ ଉପରେ ଛାତ୍ରଛାତ୍ରୀମାନେ ଅତ୍ୟଧିକ ନିର୍ଭର କରୁଛନ୍ତି କି ? ଏହି ପ୍ରଶ୍ନ ସରକାରଙ୍କୁ ଚିନ୍ତିତ କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଯାଞ୍ଚ କମିଟି ଗଠନ କରିଛନ୍ତି । 

ସୂଚନା ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ କୋଚିଂ ପ୍ରତିଷ୍ଠାନ ଏବଂ 'ଡମି ସ୍କୁଲ'ର ବଢୁଥିବା ଧାରା ଏବଂ ପ୍ରବେଶିକା ପରୀକ୍ଷାର ପ୍ରଭାବ ଏବଂ ନିରପେକ୍ଷତା ଯାଞ୍ଚ କରିବା ପାଇଁ ଏକ ନଅ ଜଣିଆ କମିଟି ଗଠନ କରିଛି। ଉଚ୍ଚଶିକ୍ଷା ସଚିବ ବିନୀତ ଯୋଶୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଉଚ୍ଚଶିକ୍ଷାରେ ପ୍ରବେଶ ପାଇଁ କୋଚିଂ କେନ୍ଦ୍ର ଉପରେ ଛାତ୍ରଛାତ୍ରୀଙ୍କ ନିର୍ଭରଶୀଳତା ହ୍ରାସ କରିବା ପାଇଁ ପଦକ୍ଷେପ ପରାମର୍ଶ ଦେବ। "ଏହି କମିଟି ବର୍ତ୍ତମାନର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିଗୁଡ଼ିକୁ ଯାଞ୍ଚ କରିବ ଯାହା ଛାତ୍ରଛାତ୍ରୀମାନଙ୍କୁ କୋଚିଂ କେନ୍ଦ୍ର ଉପରେ ନିର୍ଭରଶୀଳ କରିଥାଏ। ବିଶେଷକରି, କମିଟି କିପରି ପଠାକୁ ଘୋଷିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ଓ  ପ୍ରଭାବଶାଳୀ ଏବଂ ସମାଲୋଚନାମୂଳକ ଚିନ୍ତାଧାରା, ତାର୍କିକ ଯୁକ୍ତି, ବିଶ୍ଳେଷଣାତ୍ମକ କ୍ଷମତା ଏବଂ ନବସୃଜନକୁ ସୀମିତ ଧ୍ୟାନ ଦିଆଯାଉଛି ତାହା ଅନୁଧ୍ୟାନ କରିବ ବୋଲି ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe