Image Courtesy of Mahamediaonline
ନୂଆଦିଲ୍ଲୀ: ତିନ୍ ମୂର୍ତ୍ତି ଭବନରେ ସ୍ଥାପିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଡକ୍ଟର୍ ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଏପ୍ରିଲ୍ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ ଶନିବାର ଦିନ କହିଛନ୍ତି।
ପରିଚୟ ଗୋପନ ରଖିବା ସର୍ତ୍ତରେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ଏପ୍ରିଲ୍ ୧୪ ତାରିଖରେ ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ଉଦ୍ଘାଟନ କରାଯିବ। ଭାରତର ପ୍ରଧାନମନ୍ତ୍ରୀମାନଙ୍କ ବିଷୟରେ ଜନସଚେତନା ସୃଷ୍ଟି କରିବା ନିମନ୍ତେ ଉକ୍ତ ସଂଗ୍ରହାଳୟକୁ ବିକଶିତ କରାଯାଇଛି।
୧୦,୪୯୧ ବର୍ଗ ମିଟର ପରିମିତ ଉକ୍ତ ନୂତନ ସଂଗ୍ରହାଳୟରେ ହଲୋଗ୍ରାମ୍, ଓଗ୍ମେଣ୍ଟେଡ୍ ରିୟଲିଟି, ଇଣ୍ଟେରାକ୍ଟିଭ୍ କିଓସ୍କ୍ ଓ ସ୍କ୍ରିନ୍, କାଇନେଟିକ୍ ସ୍କଲ୍ଚର୍ସ ଏବଂ ସ୍ମାର୍ଟଫୋନ୍ ଆପ୍ଲିକେସନ୍ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ରହିଛି ବୋଲି ଅଧିକାରୀଜଣକ କହିଛନ୍ତି।
Image Courtesy of Deccan Heraldପୁରାତନ ଓ ଆଧୁନିକର ଅଭିନବ ସମ୍ମିଶ୍ରଣ କୁହାଯାଉଥିବା ଏହି ସଂଗ୍ରହାଳୟର ‘ଲୋଗୋ’ଟିରେ ଚିତ୍ରିତ ହୋଇଛି ଭାରତୀୟମାନଙ୍କ ହାତ ସବୁ ଚକ୍ରଟିଏ ଧରିଥିବାର ଦୃଶ୍ୟ। ଏହା ଦେଶ ଓ ତା’ର ଜାଜ୍ଜ୍ବଲ୍ୟମାନ ଗଣତନ୍ତ୍ରର ସଙ୍କେତ ବୋଲି ସେ ସୂଚନା ଦେଇଛନ୍ତି।
ଆଦର୍ଶ ଏବଂ ଶାସନକାଳ ନିର୍ବିଶେଷରେ ଏହି ସଂଗ୍ରହାଳୟ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସ୍ବୀକୃତି ଦେଇଛି। ଏଥିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ଜୀବନ ଓ ଅବଦାନ ସଂକ୍ରାନ୍ତରେ ଯଥେଷ୍ଟ ତଥ୍ୟ ରହିଛି ବୋଲି ସେ କହିଛନ୍ତି।
Follow Us