କରୋନା ଆତଙ୍କ ମଧ୍ୟରେ 'ନାଜାଲ ଟିକା'କୁ ଅନୁମତି ଦେଲେ ସରକାର

କରୋନା ଆତଙ୍କ ମଧ୍ୟରେ 'ନାଜାଲ ଟିକା'କୁ ଅନୁମତି ଦେଲେ ସରକାର

ନୂଆଦିଲ୍ଲୀ : ଚୀନ, ଆମେରିକା ଓ ଜାପାନ ଆଦି ଦେଶରେ କରୋନାର ଦ୍ରୁତ ସଂକ୍ରମଣ ମଧ୍ୟରେ ଭାରତ ବାୟୋଟେକ ପ୍ରସ୍ତୁତ ନାଜାଲ ଭାକ୍ସିନ ବା ନାକରେ ପଡ଼ୁଥିବା ଟିକା ଇନକୋଭାକକୁ ସରକାର ଅନୁମତି ଦେଇଛନ୍ତି । ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଅ ସଂସଦରେ ଘୋଷଣା କରିଛନ୍ତି । ଏହି ଟିକା ଆସିବା ପରେ ଟିକାକରଣ ଦ୍ରୁତତର ହେବାର ସମ୍ଭାବନା ରହିଛି ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ନାଜାଲ ଟିକା (ଇନକୋଭାକ)ର ପରୀକ୍ଷଣ ଆରମ୍ଭ ହୋଇଥିଲା। ଏହା ପରେ ଗତ ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ପକ୍ଷରୁ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦିଆଯାଇଥିଲା । ତାହାର ଦୁଇ ମାସ ପରେ ନଭେମ୍ବର ମାସରେ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିଜିସିଏ) ଏହାକୁ ଜରୁରୀକାଳୀନ ଅନୁମତି ଦେଇଥିଲେ ।

ଅନ୍ୟ ଟିକା ଅପେକ୍ଷା ଏହି ଟିକା ଅଧିକ ପ୍ରଭାବୀ ହେବାର ସମ୍ଭାବନା ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । କାରଣ ନାକ ବାଟଦେଇ କରୋନା ଭୁତାଣୁ ପ୍ରବେଶ କରୁଥିବାରୁ ଏହା ନାକର ପ୍ରତିରୋଧକ ଶକ୍ତିକୁ ସୁଦୃଢ କରିଥାଏ । ଏହି ଟିକା କେବଳ ସଂକ୍ରମଣ ନୁହେଁ, ଟ୍ରାନ୍ସମିସନ ବା ଭୁତାଣୁ ପ୍ରସାରକୁ ବି ରୋକିଥାଏ ବୋଲି ଭାରତ ବାୟୋଟେକ ଦାବି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe