ସରକାରଙ୍କ ନିକଟରେ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଅଛି, ତା’ପରେ ଆମେ ବିଶାଳ ଟ୍ରାକ୍ଟର୍‌ ରାଲି କରିବୁ: ରାକେଶ ଟିକାୟତ

Advertisment
ସରକାରଙ୍କ ନିକଟରେ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଅଛି, ତା’ପରେ ଆମେ ବିଶାଳ ଟ୍ରାକ୍ଟର୍‌ ରାଲି କରିବୁ: ରାକେଶ ଟିକାୟତ

Image Courtesy of Zee News

ନୂଆଦିଲ୍ଲୀ: ଫେବ୍ରୁଆରି ୬ ତାରିଖରେ ପ୍ରସ୍ତାବିତ ଟ୍ରାକ୍ଟର୍‌ ରାଲି ପୂର୍ବର ‘ଭାରତୀୟ କିଷାନ୍‌ ୟୁନିୟନ୍‌’ (ବିକେୟୁ) ନେତା ରାକେଶ ଟିକାୟତ ଚେତାବନୀ ଦେଇ କହିଛନ୍ତି ଯେ, ଅକ୍ଟୋବର ସୁଦ୍ଧା ସରକାର ଯଦି ପ୍ରମୁଖ ଦାବିଗୁଡ଼ିକୁ ମାନି ନ ନିଅନ୍ତି ତେବେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ପ୍ରତିବାଦକାରୀ କୃଷକମାନେ ବିଶାଳ ଟ୍ରାକ୍ଟର୍‌ ରାଲି କରିବେ।

ଗାଜିପୁର ସୀମାନ୍ତରେ ଝାଡ଼ଖଣ୍ଡର କୃଷିମନ୍ତ୍ରୀ ବାଦଲ ପତ୍ରଲେଖଙ୍କ ସହ ଆଲୋଚନା ପରେ ସେ କହିଲେ, ଅକ୍ଟୋବର ପର୍ଯ୍ୟନ୍ତ ଆମେ ସରକାରଙ୍କୁ ସମୟ ଦେଇଛୁ। ଯଦି ସେ ଆମ କଥା ନ ଶୁଣନ୍ତି, ଆମେ ୪୦ ଲକ୍ଷ ଟ୍ରାକ୍ଟର୍‌ ନେଇ ଦେଶବ୍ୟାପୀ ରାଲି କରିବୁ।

publive-image Image Courtesy of ANI

ଟିକାୟତଙ୍କ ସହ ଆଲୋଚନା ପରେ ବାଦଲ ପତ୍ରଲେଖ କହିଛନ୍ତି, ପ୍ରାରମ୍ଭରୁ ଆମେ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରୁଛୁ। ନୈତିକ ସମର୍ଥନ ଦେବାକୁ ମୁଁ ଏଠରେ ଉପସ୍ଥିତ ହୋଇଛି। ଦିଲ୍ଲୀ ପୁଲିସ କେନ୍ଦ୍ର ସରକାରଙ୍କ ହାତରେ କ୍ରୀଡ଼ନକ ସାଜିଛି।

ଦିଲ୍ଲୀ ଉପକଣ୍ଠରେ ଇଣ୍ଟର୍‌ନେଟ୍‌ ସେବା ବ୍ୟାହତ କରିବା, ପ୍ରତିବାଦସ୍ଥଳ ଚଉହଦି ବାଡ଼ ଓ କଣ୍ଟା ତାର ଘେରା ବୁଲାଇ କେନ୍ଦ୍ର ସରକାର ବିବାଦୀୟ ନୂଆ କୃଷି ଆଇନ ସଂକ୍ରାନ୍ତରେ ଆଲୋଚନା ନିମନ୍ତେ ସକାରରାତ୍ମକ ପରିସ୍ଥିତି ସୃଷ୍ଟି କରୁ ନାହାନ୍ତି ବୋଲି ମଧ୍ୟ ମଙ୍ଗଳବାର ଦିନ ଜଣେ କୃଷକ ନେତା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe