ସରକାର ତଥ୍ୟ ଲୁଚାଇଛନ୍ତି: ପ୍ରଶାନ୍ତ ଭୂଷଣ ‘ରାଫେଲ୍‌ ରାୟର ସମୀକ୍ଷା ହେଉ’

Advertisment
ସରକାର ତଥ୍ୟ ଲୁଚାଇଛନ୍ତି: ପ୍ରଶାନ୍ତ ଭୂଷଣ ‘ରାଫେଲ୍‌ ରାୟର ସମୀକ୍ଷା ହେଉ’

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ବରିଷ୍ଠ ଆଡ଼ଭୋକେଟ୍‌ ପ୍ରଶାନ୍ତ ଭୂଷଣ ରାଫେଲ୍‌ ଚୁକ୍ତି ମାମଲାରେ ଦିଆଯାଇଥିବା ସୁପ୍ରିମ କୋର୍ଟ ରାୟର ସମୀକ୍ଷା ହେଉ ବୋଲି ଯୁକ୍ତି କରିଛନ୍ତି। ସରକାରଙ୍କ ଦ୍ୱାରା ତଥ୍ୟକୁ ଲୁଚାଯାଇ ଉକ୍ତ ରାୟ ହାସଲ କରାଯାଇଥିବାରୁ ଏହାର ସମୀକ୍ଷା କରାଯିବା‌ ଉଚିତ ବୋଲି ଭୂଷଣ କହିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟଶବନ୍ତ ସିହ୍ନାଙ୍କ ମାମଲାରେ ନିଜ ଯୁକ୍ତି ରଖି ଭୂଷଣ କେନ୍ଦ୍ର ସରକାରଙ୍କ ସମୀକ୍ଷା ଆବେଦନକୁ ବିରୋଧ କରାଯିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ଆବେଦନକାରୀଙ୍କ ତରଫରୁ କରାଯାଇଥିବା ଆବେଦନ ଉପରେ ସିବିଆଇ କୌଣସି ପଦକ୍ଷେପ ନେଇନାହିଁ। ସିବିଆଇ ଆବେଦନକାରୀଙ୍କ ଅନୁରୋଧକୁ ଏଭଳି ପ୍ରତ୍ୟାଖ୍ୟାନ କରିଛି ଯେମିତି ଆବେଦନକାରୀମାନେ ରାଫେଲ୍‌ ଚୁକ୍ତିକୁ ରଦ୍ଦ କରିବାକୁ ଚାହୁଛନ୍ତି। ଭୂଷଣ ଅଭିଯୋଗ କରିଛନ୍ତି ଯେ ୨୦୧୫ ମେ’ ୧୩ରେ ଚୁକ୍ତିର ଘୋଷଣା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ସମାନ୍ତରାଳ ଭାବେ ଆଲୋଚନା ଜାରି ରଖିଥିଲେ ଯାହାକୁ ପ୍ରତିରକ୍ଷା ମନ୍ତ୍ରାଳୟ ବିରୋଧ କରିଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ଚୁକ୍ତିରେ ଆବଶ୍ୟକ ଥିବା କିଛି ମାପଦଣ୍ଡକୁ ମଧ୍ୟ ବାଦ ଦିଆଯାଇଥିଲା ଯାହାକୁ ନେଇ ଆଇନ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିରୋଧ କରାଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ ସରକାର ଅଦାଲତକୁ ଭୁଲ ତଥ୍ୟ ଦେଇଛନ୍ତି। ସରକାର ବିଭିନ୍ନ ତଥ୍ୟ ଲୁଚାଇଛନ୍ତି। ବନ୍ଦ ଲଫାଫା ମାଧ୍ୟମରେ ଯାହା ସରକାର ଦାଖଲ କରିଥିଲେ ସେହି ତଥ୍ୟ ମଧ୍ୟ ସରକାର ପ୍ରକାଶ କରୁନାହାନ୍ତି। ଏହି ସବୁ ମୁଖ୍ୟ କାରଣ ଯୋଗୁଁ ଆବେଦନକାରୀମାନେ ସମ୍ପୃକ୍ତ ଦସ୍ତାବିଜଗୁଡିକୁ କୋର୍ଟରେ ଦାଖଲ କରିବାକୁ ଅନୁରୋଧ କରିଛନ୍ତି ବୋଲି ଭୂଷଣ ସ୍ପଷ୍ଟ କରିଛନ୍ତି। ସିଏଜି ରିପୋର୍ଟକୁ ମଧ୍ୟ ଅନୁଧ୍ୟାନ କରିବା ପାଇଁ ଭୂଷଣ ନିଦେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe