Image Source: Hindustan Times
ନୂଆଦିଲ୍ଲୀ: କୋଭିଡ୍-୧୯ରେ ଆକ୍ରାନ୍ତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର ସଂକ୍ରାନ୍ତରେ ଶୁକ୍ରବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ପରାମର୍ଶନାମା ଜାରିକରିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ ଦ୍ବାରା ଗଠିତ ଟାସ୍କଫୋର୍ସର ଅନୁମୋଦନ ଉପରେ ଏହି ପରାମର୍ଶନାମା ପର୍ଯ୍ୟବେଶିତ।
୧୫ ବର୍ଷ ବୟସରୁ କମ୍ ପିଲାଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଦିଆଯାଇ ପାରିବ ନାହିଁ ବୋଲି ଏହି ପରାମର୍ଶନାମାରେ ଉଲ୍ଲେଖ କରାଯାଇଛି। ରେଟିନୋପାଥି ଏବଂ ହାଇପରସେନସିଟିଭିଟି ଥିବା ଲୋକମାନଙ୍କ କ୍ଷେତ୍ରରେ ବି ଏହି ଔଷଧ ପ୍ରୟୋଗ କରାଯାଇ ପାରିବ ନାହିଁ। ଏମାନେ ଏମିନୋକୁଇନୋଲାଇନ୍ କମ୍ପାଉଣ୍ଡ୍ ମଧ୍ୟ ଖାଇ ପାରିବେ ନାହିଁବୋଲି ଏଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି।
Image Source: Medscapeହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଦ୍ବାରା କୋଭିଡ୍-୧୯ର ଚିକିତ୍ସା ସମ୍ଭବ ବୋଲି ଦେଶ ବିଦେଶରେ ଚର୍ଚ୍ଚା ଚାଲିଛି। କିନ୍ତୁ, ଆଇସିଏମଆର୍ କହିଛି ଯେ କୋଭିଡ୍-୧୯ ଚିକିତ୍ସାରେ ଏହି ଔଷଧର ପ୍ରୟୋଗ ଫଳାଫଳ ସନ୍ତୋଷଜନକ ନ ହେବା ଯାଏଁ ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟାବସାୟିକ ବ୍ୟବହାର ପାଇଁ ଅନୁମୋଦନ ମିଳିବ ନାହିଁ।
ଆଇସିଏମଆର୍ କହିଛି ଯେ କରୋନାଭାଇରସ୍ ସଂକ୍ରମଣ ଲକ୍ଷଣ ନ ଥିବା ସ୍ବାସ୍ଥ୍ୟକର୍ମୀମାନେହିଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର କରିପାରିବେ।
Follow Us