Image Courtesy of Dailyhunt
ନୂଆଦିଲ୍ଲୀ: ୨୦୧୭ ଡିସେମ୍ବର ୧ ତାରିଖ ପୂର୍ବରୁ ବିକ୍ରୟ ହୋଇଥିବା ଚାରିଚକିଆ ଯାନ କିଂବା ‘ଏମ୍ଆଣ୍ଡ୍ଏନ୍’ ବର୍ଗର ଯାନବାହନ ପାଇଁ ଆସନ୍ତା ଜାନୁଆରି ୧ ତାରିଖରୁ ଫାସ୍ଟାଗ୍ ବାଧ୍ୟତାମୂଳକ ହେବ ବୋଲି ଶନିବାର ଦିନ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ କହିଛି।
ନୂଆ ଥାର୍ଡ ପାଟି ଇନ୍ସ୍ୟୁରାନ୍ସ୍ ପାଇଁ ବାଧ୍ୟତାମୂଳକ କରାଯାଇଥିବା ବୈଧ୍ୟ ଫାସ୍ଟ୍ୟାଗ୍ ୨୦୨୧ ଏପ୍ରିଲ୍ରୁ ଲାଗୁ ହେବ।
ଏକ ବିବୃତିରେ ସରକାର କହିଛନ୍ତି, ୧୯୮୯, କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁସାରେ, ୨୦୧୭ ଡିସେମ୍ବର ପହିଲାରୁ ସମସ୍ତ ନୂଆ ଚାରିଚକିଆ ଯାନ ପଞ୍ଜିକରଣ ପାଇଁ ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ କରାଯାଇ ଯାନର ନିର୍ମାତା କିଂବା ସେମାନଙ୍କ ଡିଲର୍ମାନଙ୍କ ଦ୍ବାରା ଯୋଗାଇ ଦିଆଯାଉଛି। ପରିବହନ ଯାନରେ ଫାସ୍ଟ୍ୟାଗ୍ ଲଗାଯିବା ଲଗାଯିବା ପରେ ଯାଇ ଫିଟ୍ନେସ୍ ସାର୍ଟିଫିକେଟ୍ର ରିନ୍ୟୁଆଲ୍ କରାଯିବ। ସେହିଭଳି, ୨୦୧୯, ଅକ୍ଟୋବର ପହିଲାରୁ ‘ନ୍ୟାସ୍ନାଲ୍ ପର୍ମିଟ୍ ଭେଇକ୍ଲ୍’ ପାଇଁ ଫାସ୍ଟ୍ୟାଗ୍ ଲଗାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।
Image Courtesy of The Economic Timesସରକାର କହିଛନ୍ତି ଯେ, କେବଳ ଇଲେକ୍ଟ୍ରୋନିକ୍ସ୍ ମାଧ୍ୟମରେ ଟୋଲ୍ ପ୍ଲାଜାମାନଙ୍କରେ ୧୦୦% ଫି’ ଦାଖଲ କରାଯାଇଥିବା ବିଷୟରେ ସୁନିଶ୍ଚିତ ହେବାକୁ ‘ନୋଟିଫିକେସନ୍’ ଏକ ପ୍ରମୁଖ ପଦକ୍ଷେପ ହେବ। ଏଥିଯୋଗୁଁ ଟୋଲ୍ ପ୍ଲାଜା ନିକଟରେ ଅପେକ୍ଷା କରି ଇନ୍ଧନ ନଷ୍ଟ ନ କରି ଯାନାବାହନ ସବୁ ଅନାୟାସରେ ଯାତାୟାତ କରିପାରିବେ।
Follow Us