ଖୁବ୍‌ ଶୀଘ୍ର ବିମୁଦ୍ରାୟନ ଭଳି ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ମୋଦି ସରକାର !

Advertisment
୩୦ଟି ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ, ଓଡ଼ିଶାର ୪ ଜିଲ୍ଲା ସ୍ଥାନ ପାଇବ

zeenews.

ନୂଆଦିଲ୍ଲୀ: କଳାଧନକୁ ରୋକିବାକୁ ପାଇଁ ସରକାର ଏକ ବଡ଼ ପଦକ୍ଷେପ ଉଠାଇ ପାରନ୍ତି। କଳାଧନରେ ସୁନା କିଣୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଏକ ଯୋଜନା ଆଣି ପାରନ୍ତି ବୋଲି କୁହାଯାଉଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଇନ୍‌କମ୍‌ ଟାକ୍ସ ଏମନେଷ୍ଟି ସ୍କିମ୍‌ ଜରିଆରେ ସୁନା ପାଇଁ ଏମନେଷ୍ଟି ସ୍କିମ୍‌ ଜାରି କରାଯିବ। ଏକ ନିଶ୍ଚିତ ମାତ୍ରାରୁ ଅଧିକ ସୁନା କଣିଥିଲେ ଓ ରସିଦ ବିହୀନ ସୁନା ଥିଲେ ଏହାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡ଼ିବ। ଏଥିସହିତ ସୁନାମୂଲ୍ୟ ସରକାରଙ୍କୁ ଜଣାଇବାକୁ ହେବ। କୁହାଯାଉଛି କି ଏହି ସ୍କିମ୍‌କୁ କ୍ୟାବିନେଟ୍‌ରେ ଉଠାଇବା ପରେ ମଞ୍ଜୁରୀ ମିଳିପାରେ।

ତେବେ ବିମୁଦ୍ରାୟନ ପରେ ମୋଦୀ ସରକାରଙ୍କ ଦ୍ୱାରା ଉଠା ଯିବାକୁ ଥିବା ଏହି ପଦକ୍ଷେପ ଦ୍ୱିତୀୟ ବଡ଼ ପଦକ୍ଷେପ ହେବ। ଏମନେଷ୍ଟି ସ୍କିମ୍‌ ଜରିଆରେ ସୁନାର ମୂଲ୍ୟ ନିଶ୍ଚିତ କରିବା ପାଇଁ ଭେଲୁଏସନ୍‌ ସେଣ୍ଟରରୁ ସାର୍ଟିଫିକେଟ ନେବାକୁ ହେବ। ରସିଦ ବିହୀନ ଯେତେ ବି ସୁନାର ଖୁଲାସା ହେବ ତାହା ଉପରେ ଟିକସ ବି ଲାଗିବ। ସ୍କିମ୍‌ ଏକ ସ୍ୱତନ୍ତ୍ର ସମୟସୀମା ପାଇଁ ଖୋଲା ଯିବ। ସ୍କିମ୍‌ ଶେଷ ହେବା ପରେ ନିଶ୍ଚିତ ହୋଇଥିବା ମାତ୍ରାରୁ ଅଧିକ ସୁନା ମିଳିଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe