ହାଥ୍‌ରସ୍‌ର ବୁଲଗଡ଼ି ଗାଁକୁ କୋଭିଡ୍ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରିପାରନ୍ତି ସରକାର: ଜିଲ୍ଲା ମାଜିଷ୍ଟ୍ରେଟ୍‌

Advertisment
ହାଥ୍‌ରସ୍‌ର ବୁଲଗଡ଼ି ଗାଁକୁ କୋଭିଡ୍ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରିପାରନ୍ତି ସରକାର: ଜିଲ୍ଲା ମାଜିଷ୍ଟ୍ରେଟ୍‌

Image Courtesy of Hindustan Times

ନୂଆଦିଲ୍ଲୀ: ବୁଲ୍ଗଡ଼ି ଗାଁକୁ ସରକାର କୋଭିଡ୍ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରିପାରନ୍ତି ବୋଲି ଆଜି ହାଥ୍‌ରସ୍‌ ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି। ସମ୍ପୃକ୍ତ ଗାଁରେ ଜନସମାଗମ ବନ୍ଦ କରିବାକୁ ଏବେ ୧୪୪ ଧାରା ଜାରି କରାଯିବା ସହ ଚାରି କିଂବା ତା’ଠାରୁ ଅଧିକ ଲୋକ ଏକତ୍ର ହେବାକୁ ନିଷେଧ କରାଯାଇଛି।

କେତେକ ପୁଲିସ କର୍ମଚାରୀଙ୍କ ଠାରେ କୋଭିଡ୍-୧୯ ଲକ୍ଷଣ ଦେଖା ଦେଇଛି ବୋଲି କୁହାଯିବାରୁ ଗାଁ ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ନିଷେଧ କରାଯାଇଛି। ହାଥ୍‌ରସ୍ ଜିଲ୍ଲା ମାଜିଷ୍ଟ୍ରେଟ୍‌ ପ୍ରବୀଣ କୁମାର କହିଛନ୍ତି, ନମୁନା ପରୀକ୍ଷା କରାଇବାକୁ ଆମେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ କହିଛୁ। ଯଦି ସେମାନେ ପଜିଟିଭ୍ ଥିବା କଥା ଜଣାପଡ଼େ, ଗାଁକୁ କଣ୍ଟେନ୍‌ମେଣ୍ଟ୍‌‌ ଜୋନ୍ ଘୋଷଣା କରାଯାଇପାରେ। ଫଳରେ କୋଭିଡ୍-୧୯ ସଂକ୍ରମଣ ଆଶଙ୍କାରେ ଗାଁ ମଧ୍ୟକୁ ସାମ୍ବାଦିକମାନଙ୍କ ସମେତ ବାହାର ଲୋକଙ୍କୁ ଛଡ଼ାଯିବ ନାହିଁ।

ଡାକ୍ତରୀମାଇନା ରିପୋର୍ଟ ପ୍ରସଙ୍ଗରେ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ, ପୀଡ଼ିତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଆଭାସ ମିଳିନାହିଁ। ଘଟଣା ଗଣଦୁଷ୍କର୍ମ କି, ନାହିଁ, ନିରୂପଣ କରିବାକୁ ଆଗ୍ରାସ୍ଥିତ ଫୋରେନ୍‌ସିକ୍ ସାଇନ୍‌ସ୍‌ ଲ୍ୟାବ୍‌କୁ ନମୁନା ପଠାଯାଇଛି। ଦୁଇ ତିନି ଦିନ ପରେ ଆଗ୍ରାରୁ ରିପୋର୍ଟ ଆସିବା ପରେ ସ୍ପଷ୍ଟ ଚିତ୍ର ମିଳିଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଗବାନ ସ୍ବରୂପଙ୍କ ନେତୃତ୍ବରେ ‘ଏସ୍‌ଆଇଟି’ ହାଥ୍‌ରସ୍ ଗ୍ରାମରେ ପହଞ୍ଚିଛି। ଝିଅଟିର ପରିବାରର ସଦସ୍ୟମାନଙ୍କ ସହ ସେମାନେ କଥାବାର୍ତ୍ତା କରିବେ। ବୟାନ୍ ରେକର୍ଡ କରିବା ସହ ‘ଏସ୍‌ଆଇଟି’ ଅପରାଧସ୍ଥଳକୁ ମଧ୍ୟ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe