ବଦଳିବ ଅଗ୍ନିପଥ ଯୋଜନା ! ମୋଦୀ ସରକାର କରିପାରନ୍ତି ସମୀକ୍ଷା

Advertisment
ବଦଳିବ ଅଗ୍ନିପଥ ଯୋଜନା ! ମୋଦୀ ସରକାର କରିପାରନ୍ତି ସମୀକ୍ଷା

ନୂଆଦିଲ୍ଲୀ: ଭାରତୀୟ ସେନା ଏବେ ଅଗ୍ନିପଥ ଯୋଜନା ଜରିଆରେ ସୈନିକମାନଙ୍କୁ ନିଯୁକ୍ତି ଦେଉଛି। କିନ୍ତୁ ଲୋକସଭା ନିର୍ବାଚନରେ ବିରୋଧୀ ଦଳମାନେ ଅଗ୍ନିବୀର ଯୋଜନା ପ୍ରସଙ୍ଗକୁ ଜନସାଧାରଣଙ୍କ ମଧ୍ୟରେ ଜୋରସୋରରେ ଉଠାଇଥିଲେ। ଖାଲି ସେତିକି ନୁହେଁ ବିଜେପି ସରକାର ଗଢ଼ିବା ପରେ ଏହାର ସହଯୋଗୀ ଦଳମାନେ ମଧ୍ୟ ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ। ଉତ୍ତରପ୍ରଦେଶ, ରାଜସ୍ଥାନରେ ବିଜେପିର ଆସନ କମିବା ପଛରେ ଏହାକୁ ବି ଏକ କାରଣଭାବେ ଦେଖୁଛି ବିଜେପି । ଏଣୁ ଏବେ ଏହି ଯୋଜନାରେ ସଂଶୋଧନ କରିବାକୁ ବିଚାର କରୁଛନ୍ତି ସରକାର ।

ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ ହେବାର ଦେଢ଼ ବର୍ଷ ବିତିଗଲାଣି ଏବଂ ଦେଢ଼ ବର୍ଷ ପରେ ଏବେ ଏହି ଯୋଜନାର ସମୀକ୍ଷା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଡିଏମ୍ଏ ଅର୍ଥାତ୍ ସାମରିକ ବ୍ୟାପାର ବିଭାଗ ତିନି ସେନାଠାରୁ ଏ ନେଇ ରିପୋର୍ଟ ମାଗିଛି। ମିଳିଥିବା ସୂଚନା ଅନୁଯାୟୀ, ୪ ବର୍ଷର କାର୍ଯ୍ୟକାଳ ବୃଦ୍ଧି, ଅଧିକ ନିଯୁକ୍ତି ଏବଂ ୨୫% ରିଟେନ୍ସନ୍ ସୀମା ବଢ଼ାଇବା ନେଇ ଆଲୋଚନା ହେଉଥିଲେ ହେଁ ଏହା କେତେ ହେବ ସେ ନେଇ କିଛି କୁହାଯାଇପାରିବ ନାହିଁ। ଏହାବ୍ୟତୀତ ପ୍ରଶିକ୍ଷଣ ଓ ଡ୍ୟୁଟିରେ କୌଣସି ଅଗ୍ନିବୀରଙ୍କ ମୃତ୍ୟୁ କିମ୍ବା ଆହତ ହେଲେ ପରିବାରକୁ ଆର୍ଥିକ ସହାୟତା ଦେବା ନେଇ ମଧ୍ୟ ବିଚାରବିମର୍ଶ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe