ଡାକ୍ତରଖାନାରୁ ଘରକୁ ଯାଉଥିବା ରୋଗୀଙ୍କ ସମ୍ପର୍କରେ ସରକାରଙ୍କ ସ୍ପଷ୍ଟୀକରଣ

ଜ୍ବର ନଥାଇ ସାମାନ୍ୟ ଲକ୍ଷଣ ଥିଲେ ସଂକ୍ରମଣ ହେବନି

ନୂଆ ୫୧ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କଲେ ରାଜ୍ୟ ସରକାର, ୧୫ ଗୁଜୁରାଟ ଫେରନ୍ତା

image source-cdc

ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ ପୀଡି଼ତମାନେ ଚିକିତ୍ସା ପରେ ଡାକ୍ତରଖାନା ଛାଡି଼ଲା ବେଳେ ସେମାନଙ୍କ ଠାରେ ଜ୍ବର ନଥାଇ ସେମାନେ ରୋଗର ସାମାନ୍ୟ ଲକ୍ଷଣ ଦେଖାଉଥିଲେ ବି ସେମାନଙ୍କ ଦ୍ବାରା ଆଉ ସଂକ୍ରମଣ ଆଶଙ୍କା ରହିବନି। ସୁସ୍ଥ ହୋଇ ଘରକୁ ଫେରୁଥିବା କୋଭିଡ୍ ରୋଗୀଙ୍କ ସମ୍ପର୍କରେ ସରକାରଙ୍କ ନିୟମାବଳୀରେ ଅଣାଯାଇଥିବା ପରିବର୍ତ୍ତନ ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଏପରି ସ୍ପଷ୍ଟୋକ୍ତି ପ୍ରକାଶ କରିଛି। ଅବଶ୍ୟ ଏପରି ଘୋଷଣାକୁ ସମର୍ଥନ କରିବା ପଛରେ ବଳିଷ୍ଠ ପ୍ରମାଣ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମସଚିବ ଲବ ଅଗ୍ରୱାଲ କହିଛନ୍ତି। ସୂଚନାଯୋଗ୍ୟ, ନୂତନ ନିୟମ ଅନୁଯାୟୀ, ଡାକ୍ତରଖାନାରେ କେବଳ ତାପମାତ୍ରା ଓ ଅମ୍ଳଜାନ ସାନ୍ଦ୍ରତା ନିରୀକ୍ଷଣ କରାଯାଉଥିବା ମଧ୍ୟମ ଧରଣର କୋଭିଡ୍ ରୋଗୀମାନଙ୍କର ତୃତୀୟ ଦିନ ପରଠାରୁ ପରବର୍ତ୍ତୀ ୪ ଦିନ ଯାଏ ଯଦି ଜ୍ବର କମିବା ସହ ଅମ୍ଳଜାନ ସାନ୍ଦ୍ରତା ୯୫ ପ୍ରତିଶତ ବଜାୟ ରହେ, ସେମାନଙ୍କୁ ଦଶ ଦିନ ପରେ ଅନ୍ୟ କୌଣସି ପରୀକ୍ଷା କରାନଯାଇ ଡାକ୍ତରଖାନାରୁ ଛଡ଼ାଯାଇପାରିବ। ତେବେ ସଂପୃକ୍ତ ରୋଗୀଙ୍କୁ ଘରେ ସପ୍ତାହକ ପାଇଁ ଏକାନ୍ତବାସରେ ରହିବା ପାଇଁ ପରାମର୍ଶ କରାଯିବ।

ଅପରପକ୍ଷେ, ସାମାନ୍ୟ କି ଅତି ସାମାନ୍ୟ ଲକ୍ଷଣ ଥିବା କିମ୍ବା ଆଦୌ ଲକ୍ଷଣ ଜଣାପଡୁନଥିବା ରୋଗୀମାନଙ୍କର ନିୟମିତ ତାପମାତ୍ରା ଓ ଅମ୍ଳଜାନ ସାନ୍ଦ୍ରତା ନିରୀକ୍ଷଣ ପୂର୍ବକ ତିନି ଦିନ ଯାଏ ସବୁ ଠିକ୍‌ଠାକ୍‌ ରହିଲେ ୧୦ ଦିନ ପରେ ସେମାନେ ଘରକୁ ଯାଇପାରିବେ। ତେବେ ସେମାନଙ୍କୁ ମଧ୍ୟ ଅନୁରୂପ ଭାବେ ଘରେ ସପ୍ତାହକ ପାଇଁ ଏକାନ୍ତବାସରେ ରହିବାକୁ ହେବ। ତେବେ ସର୍ବୋପରି ୧୦ ଦିନ ପରେ ଏଭଳି ରୋଗୀଙ୍କଠାରୁ ସଂକ୍ରମଣ ଆଶଙ୍କା ଆଦୌ ନଥିବାରୁ କେବଳ ସତର୍କତା ସ୍ବରୂପ ସେମାନଙ୍କୁ ଘରେ ସପ୍ତାହକ ପାଇଁ ଏକାନ୍ତବାସରେ ରହିବାକୁ ହେବ ବୋଲି ଶ୍ରୀ ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe