ସରକାର ଆମକୁ କଶ୍ମୀର ଛାଡିବାକୁ ଦେଉନାହାନ୍ତି: ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲେ କଶ୍ମୀରୀ ପଣ୍ଡିତ

Advertisment
ସରକାର ଆମକୁ କଶ୍ମୀର ଛାଡିବାକୁ ଦେଉନାହାନ୍ତି: ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲେ କଶ୍ମୀରୀ ପଣ୍ଡିତ

Image Courtesy: News Live

ଶ୍ରୀନଗର: ନିକଟରେ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଟାର୍ଗେଟ ହତ୍ୟାକାଣ୍ଡ ପରିପ୍ରେକ୍ଷୀରେ କଶ୍ମୀର ପଣ୍ଡିତ ସଂଘର୍ଷ ସମିତି (କେପିଏସଏସ) କଶ୍ମୀରରେ ରହୁଥିବା ସମସ୍ତ ଧାର୍ମିକ ସଂଖ୍ୟାଲଘୁଙ୍କୁ ଉପତ୍ୟକା ବାହାରେ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶୁକ୍ରବାର ଶ୍ରୀନଗରରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି।

କେପିଏସଏସ ମୁଖ୍ୟ ସଞ୍ଜୟ କେ ଟିକୁ କହିିଛନ୍ତି ଯେ କଶ୍ମୀରରେ ରହୁଥିବା ହିନ୍ଦୁମାନେ ଉପତ୍ୟକା ଛାଡିବାକୁ ଚାହୁଁଛନ୍ତି କିନ୍ତୁ ସରକାର ସେମାନଙ୍କୁ ଏହା କରିବାକୁ ଅନୁମତି ଦେଉନାହାନ୍ତି। ଟିକୁ କହିଛନ୍ତି ଯେ ସେ ଜମ୍ମୁ- କଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ଇ-ମେଲ ମାଧ୍ୟମରେ ଏନେଇ ଏକ ଆବେଦନ କରିଛନ୍ତି। ଏଥିରେ ସେ ସମ୍ବିଧାନର ଧାରା ୨୧ ଆଧାରରେ କଶ୍ମୀରରୁ ଧାର୍ମିକ ସଂଖ୍ୟାଲଘୁଙ୍କ ସ୍ଥାନାନ୍ତର ସମେତ ଅନେକ ପଦକ୍ଷେପ ଲୋଡିଛନ୍ତି।

ଟିକୁ କହିଛନ୍ତି ଯେ ଅନନ୍ତନାଗରେ ଜଣେ ସରପଞ୍ଚ ଅଜୟ ପଣ୍ଡିତଙ୍କ ହତ୍ୟା ସହିତ ଜୁନ୍‌ ୨୦୨୦ରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା। ସରକାରୀ କର୍ମଚାରୀ ରାହୁଲ ଭଟ୍ଟ ଏବଂ ଶିକ୍ଷକ ରଜନୀ ବାଲାଙ୍କ ହତ୍ୟା ସମେତ ନିକଟରେ ହୋଇଥିବା ହତ୍ୟାକାଣ୍ଡ ବିଷୟରେ ସେ କହିଛନ୍ତି, ‘ସେବେଠାରୁ ମେ ୩୧, ୨୦୨୨ ପର୍ଯ୍ୟନ୍ତ ସ୍ଥାନୀୟ ୧୨ ଜଣ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଇଥିଲା ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ଟିକୁ ଦାବି କରିଛନ୍ତି ଯେ ଯଦିଓ ହିନ୍ଦୁମାନେ କଶ୍ମୀର ଛାଡିବାକୁ ଚାହୁଁଥିଲେ, ସରକାର ସେମାନଙ୍କୁ ଯିବାକୁ ଦେଉ ନଥିଲେ। ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଡକାଇ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ସରକାରଙ୍କର ନୀତି ଏବଂ ବ୍ୟବସ୍ଥା ବିଷୟରେ ସବିଶେଷ ତଥ୍ୟ ବୁଝିବା ପାଇଁ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। କାରଣ, ଆତଙ୍କବାଦୀମାନେ ଏବେ ଉପତ୍ୟକାରେ ବାହାର ଲୋକଙ୍କ ଉପରେ ଆକ୍ରମଣକୁ ତୀବ୍ର କରିଛନ୍ତି। ସେମାନଙ୍କର ସଦ୍ୟତମ ଶିକାର ହୋଇଛନ୍ତି କୁଲଗାମ ଜିଲ୍ଲାର ଦେହାଟି ବ୍ୟାଙ୍କର ମ୍ୟାନେଜର ଏବଂ ଗୁରୁବାର ଦିନ ବଡଗାମ ଜିଲ୍ଲାର ଜଣେ ଇଟା ଭାଟି ଶ୍ରମିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe