ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ପ୍ରାନ୍ତଃରେ ରହୁଥିବା ପ୍ରାୟ ୨୫ ନିୟୁତ ପ୍ରବାସୀ ଭାରତୀୟ(ଏନ୍ଆର୍ଆଇ)ଙ୍କୁ ସରକାର ପ୍ରକ୍ସି ଭୋଟିଂ ଅଧିକାର ପ୍ରଦାନ କରିବା ନିଷ୍ପତ୍ତି ନେଇଛନ୍ତି ବୋଲି ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଲ ଶୁକ୍ରବାର ସୁପ୍ରିମ୍କୋର୍ଟଙ୍କୁ ଜଣାଇଛନ୍ତି।
ସଂସଦରେ ହେବାକୁ ଥିବା ଆଗାମୀ ଶୀତକାଳୀନ ଅଧିବେଶନରେ ଏ ନେଇ ସରକାର ଏକ ସଂଶୋଧନ ବିଲ୍ ଆଗତ କରିବେ ବୋଲି ଭେନୁଗୋପାଲ କହିଛନ୍ତି। ଏହି ପ୍ରକ୍ରିୟା ୧୨ ସପ୍ତାହ ସମୟ ଭିତରେ ଶେଷ କରିବାକୁ ସର୍ବୋଚ୍ଚ ନ୍ୟାୟଳୟ ସରକାରଙ୍କୁ କହିଛନ୍ତି।
ଅନ୍ୟପକ୍ଷରେ ସୁପ୍ରିମ୍କୋର୍ଟରେ ୟୁଏଇର ଡକ୍ଟର ଭିପି ସମ୍ସେର୍ ଏବଂ ଲଣ୍ଡନରେ ଥିବା ପ୍ରବାସୀ ଭାରତୀୟ ସଂଘର ଅଧ୍ୟକ୍ଷ ନଗେନ୍ଦ୍ର ଚିନ୍ଦାମଙ୍କ ଏନ୍ଆର୍ଆଇ ଭୋଟିଂ ଅଧିକାର ନେଇ କରିଥିବା ମାମଲାର ଶୁଣାଣି ଅସମାପ୍ତ ରହିଛି । ଗତ ୩ ବର୍ଷ .ହେଲା ଏହି ଦୁଇଟି ମାମଲା ବିଚାରାଧୀନ ରହିଛି।
ପୂର୍ବରୁ ଏ ସଂପର୍କରେ ଭାରତୀୟ ନିର୍ବାଚନ କମିସନ ପରାମର୍ଶ ଦେଇଛନ୍ତି ଯେ ପ୍ରବାସୀ ଭାରତୀୟମାନଙ୍କ ଭୋଟିଂ ଅଧିକାର ପାଇଁ ସରକାର ସଂଶୋଧିତ ବିଲ୍ ପାରିତ କରି ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ।
Follow Us