ମୁସଲମାନ ଝିଅମାନଙ୍କ ଲାଗି ମାଗଣାରେ ୟୁପିଏସସି ପାଇଁ କୋଚିଂ ବ୍ୟବସ୍ଥା କରାଇବେ କେନ୍ଦ୍ର ସରକାର

ମୁସଲମାନ ଝିଅମାନଙ୍କ ଲାଗି ମାଗଣାରେ ୟୁପିଏସସି ପାଇଁ କୋଚିଂ ବ୍ୟବସ୍ଥା କରାଇବେ କେନ୍ଦ୍ର ସରକାର

photo-india today.in

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲମାନମାନଙ୍କ ଲାଗି ବିଭିନ୍ନ ନୂତନ ଯୋଜନା କରୁଥିବା ଜଣାଯାଇଛି। ଏହି କ୍ରମରେ ମୁସଲମାନ ମହିଳା ଶିକ୍ଷାର ବିକାଶ ପାଇଁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର କାମ କରୁଛି ବୋଲି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବାସୀ ନକଭି । ସମସ୍ତେ ଶିକ୍ଷିତ ହୋଇ ରୋଜଗାର ସଂପନ୍ନ ହେବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଯୋଜନା ଆଣିଛନ୍ତି ବୋଲି ସେ ଦାବି କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସୀ ନକଭି କହିଛନ୍ତି ଯେ ସଂଖ୍ୟାଲଘୁ ସଂପ୍ରଦାୟର ଝିଅମାନଙ୍କୁ ସରକାର ମାଗଣାରେ ୟୁପିଏସସି ପାଇଁ କୋଚିଂ ଦିଆଯିବାର ବ୍ୟବସ୍ଥା କରାଇବା ଲାଗି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ଏହି ଯୋଜନାରେ ସଂଖ୍ୟାଲଘୁ ସଂପ୍ରଦାୟର ଝିଅମାନଙ୍କୁ ରାଜ୍ୟ ଏବଂ ବ୍ୟାଙ୍କିଙ୍ଗ ବିଭାଗରେ ଚାକିରି ପାଇଁ ବି ସ୍ବତନ୍ତ୍ର ସୁବିଧା ଦିଆଯିବ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ନକଭି କହିଛନ୍ତି, ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମରେ ବିଦ୍ୟାଳୟ, କଲେଜ, ହସ୍ପିଟାଲ, ଗୋଷ୍ଠୀକେନ୍ଦ୍ର, ସର୍ବସାଧାରଣ ଗୃହ, ଛାତ୍ରାବାସ ଆଦି ନିର୍ମାଣ ହେବ । ଏଥି ପାଇଁ କେନ୍ଦ୍ର ସରକାର ଶତ ପ୍ରତିଶତ ଅନୁଦାନ ପ୍ରଦାନ କରବେବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe