ସଙ୍କଟରେ ଆଇପିଏସ୍‌ ସଂଘ: ବୈଧତାକୁ ନେଇ ପ୍ରଶ୍ନବାଚୀ

ସଙ୍କଟରେ ଆଇପିଏସ୍‌ ସଂଘ: ବୈଧତାକୁ ନେଇ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: ଦେଶର ଆଇପିଏସ୍‌ ସଂଘ ଏବେ ଘୋର ସଙ୍କଟରେ ପଡ଼ି ଯାଇଛି। ଖୋଦ୍‌ କେନ୍ଦ୍ର ସରକାରଙ୍କର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଆଇପିଏସ୍‌ ସଂଘର ବୈଧତାକୁ ନେଇ ପ୍ରଶ୍ନ ଉଠାଇବା ସହ ଏପରି କୌଣସି ସଂଘ ଗଠନ କରିବା ନିମନ୍ତେ ସରକାର କୌଣସି ପ୍ରକାରର ଅନୁମତି ପ୍ରଦାନ କରି ନଥିବା ସ୍ପଷ୍ଟ କରିଦେବା ପରେ ଏବେ ସଙ୍କଟରେ ପଡ଼ିଯାଇଛି ଆଇପିଏସ୍‌ ସଂଘ।

ହସ୍ତଗତ ରିପୋର୍ଟରୁ ପ୍ରକାଶ, କେନ୍ଦ୍ରୀୟ ସୂଚନା କମିଶନ ଏକ ମାମଲାରେ କେନ୍ଦ୍ର ସରକାରଙ୍କ ଠାରୁ ଜାଣିବାକୁ ଚାହିଁଥିଲେ ଯେ ଆଇପିଏସ୍‌ ସଂଘ କ’ଣ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବୀକୃତି ପ୍ରାପ୍ତ ଏକ ସଂଘ? ଏ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାରଙ୍କର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଆଜି କେନ୍ଦ୍ରୀୟ ସୂଚନା କମିଶନଙ୍କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି ଯେ ଏପରି କୌଣସି ସଂଘକୁ କେନ୍ଦ୍ର ସରକାର ସ୍ବୀକୃତି ଦେଇ ନାହାନ୍ତି  କିମ୍ବା ଏପରି ସଂଘ ଗଠନ ପାଇଁ କାହାରିକି ଅନୁମତି ସୁଦ୍ଧା ଦେଇନାହାନ୍ତି  କିମ୍ବା, କେନ୍ଦ୍ର ସରକାରଙ୍କ ବିନା ଅନୁମତି ଓ ଅନୁମୋଦନରେ ପୁଲିସ୍‌ ବାହିନୀର କୌଣସି ପ୍ରକାରର ସଂଘ ଗଠନ କରିବାର କୌଣସି ପ୍ରକାରର ଅଧିକାର ନ ଥିବା ମଧ୍ୟ କେନ୍ଦ୍ର ସରକାରଙ୍କର ସ୍ବରାଷ୍ଟ୍ର ମନ୍ତ୍ରାଳୟ ସ୍ପଷ୍ଟ କରି ଦେଇଛନ୍ତି।

publive-image

ଏଥିସହ କେନ୍ଦ୍ରୀୟ ସୂଚନା କମିଶନଙ୍କୁ କେନ୍ଦ୍ର ସରକାରଙ୍କର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦେଇଥିବା ଉତ୍ତରରେ ଆହୁରି ସ୍ପଷ୍ଟ କରି ଦେଇଛନ୍ତି ଯେ ପୁଲିସ୍‌ ଫୋର୍ସ ଆକ୍ଟ, ୧୯୬୬ର ଧାରା ୩ରେ ପୁଲିସ୍‌ ବାହିନୀର କୌଣସି ସଦସ୍ୟଙ୍କର କେନ୍ଦ୍ର ସରକାରଙ୍କର ବିନା ସ୍ବୀକୃତି ଓ ବିନା ଅନୁମୋଦନରେ କୌଣସି ପ୍ରକାରର ସଂଘ ଗଠନ କରିବାର କୌଣସି ପ୍ରକାରର ଅଧିକାର ନାହିଁ।
ଏହି ଘଟଣାପରେ ଏବେ ଆଇପିଏସ୍‌ ସଂଘ ସଙ୍କଟରେ ପଡ଼ି ଯାଇଥିବା ବେଳେ ଏହାର ବୈଧତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe