cpacanada.ca
ନୂଆଦିଲ୍ଲୀ : ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ଅଡିଟ୍ କାରବାର ସୀମାକୁ ୧ କୋଟି ଟଙ୍କାରୁ ବଢ଼ାଇ ୫ କୋଟି ଟଙ୍କା କରିଛନ୍ତି। ଏହାଦ୍ବାରା କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀମାନେ ଲାଭବାନ ହେବେ। ଏହି ବର୍ଦ୍ଧିତ ସୀମା କେବଳ ସେହି ସଂସ୍ଥା ଗୁଡ଼ିକ ପାଇଁ ଲାଗୁ ହେବ ଯେଉଁମାନେ ସେମାନଙ୍କ ମୋଟ କାରବାରର ୫%ରୁ କମ୍ ନଗଦ ଆକାରରେ ଏବଂ ଅବଶିଷ୍ଟ ଡିଜିଟାଲ ମାଧ୍ୟମରେ କରିଥିବେ। ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ୧ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ଏମଏସଏମଇଗୁଡ଼ିକୁ ସେମାନଙ୍କ ହିସାବ ଖାତାକୁ ଜଣେ ଆକାଉଣ୍ଟାଣ୍ଟ୍ଙ୍କ ଜରିଆରେ ଅଡିଟ୍ କରିବାକୁ ପଡ଼ୁଛି।
Follow Us