ବିବାଦୀୟ ଆଇ.ଏ.ଏସ୍‌ ଅଫିସର୍‌ ଶାହ ଫୈସଲ୍‌ଙ୍କୁ ପୁଣି ଚାକିରି ଦେଲେ ସରକାର

Advertisment
ବିବାଦୀୟ ଆଇ.ଏ.ଏସ୍‌ ଅଫିସର୍‌ ଶାହ ଫୈସଲ୍‌ଙ୍କୁ ପୁଣି ଚାକିରି ଦେଲେ ସରକାର

Image Courtesy of OutLook India

ନୂଆଦିଲ୍ଲୀ: ପର୍ଯ୍ୟଟନ ମନ୍ତ୍ରାଳୟରେ ଡେପୁଟି ସେକ୍ରେଟାରି ପଦବୀରେ ଅବସ୍ଥାପିତ କରି ‘ଡିପାର୍ଟମେଣ୍ଟ୍‌ ଅଫ୍‌ ପର୍ସୋନେଲ୍‌ ଆଣ୍ଡ୍‌ ଟ୍ରେନିଙ୍ଗ୍‌’ (ଡିଓପିଟି) ବିବାଦୀୟ ଆଇ.ଏ.ଏସ୍‌ ଅଫିସର୍‌ ଶାହ ଫୈସଲ୍‌ଙ୍କୁ ପୁନର୍ବାର ଚାକିରିରେ ନିଯୁକ୍ତି ଦେଇଛି।

ଇସ୍ତଫା ପତ୍ର ପ୍ରତ୍ୟାହାର କରି ପୁନର୍ବାର ଚାକିରିରେ ନିଯୁକ୍ତି ଦେବା ନିମନ୍ତେ ଚଳିତ ବର୍ଷ ଏପ୍ରିଲ୍‌ ମାସରେ ଫୈସଲ୍‌ ଦେଇଥିବା ଆବେଦନ ପତ୍ରକୁ ସରକାର ଗ୍ରହଣ କରିଥିଲେ।

୨୦୧୯ ଜାନୁଆରିରେ ଚାକିରିରୁ ଇସ୍ତଫା ଦେଇ ଫୈସଲ୍‌ ‘ଜମ୍ମୁ ଓ କଶ୍ମୀର ପିପୁଲ୍‌ସ୍‌ ମୁଭ୍‌ମେଣ୍ଟ୍‌ (ଜେକେପିଏମ୍‌) ନାମରେ ରାଜନୈତିକ ଦଳ ଆରମ୍ଭ କରିଥିଲେ। କିନ୍ତୁ, ଜମ୍ମୁ ଓ କଶ୍ମୀରରୁ ‘ସ୍ପେସାଲ୍‌ ଷ୍ଟାଟସ୍‌’ ପ୍ରତ୍ୟାହାର କରି ନିଆଯିବା ପରେ ତୁରନ୍ତ ଫୈସଲ୍‌ଙ୍କୁ ‘ପବ୍ଲିକ୍‌ ସେଫ୍ଟି ଆକ୍ଟ୍‌’ରେ ଅଟକ ରଖାଯାଇଥିଲା।

publive-image Image Courtesy of India Today

ଅଟକରୁ ମୁକ୍ତ ହେବା ପରେ ଡାକ୍ତରରୁ ଆଇ.ଏ.ଏସ୍‌. ଅଧିକାରୀ ହୋଇଥିବା ଫୈସଲ୍‌ ରାଜନୀତି ଛାଡ଼ି ପୁନର୍ବାର ସରକାରୀ ଚାକିରିରେ ଯୋଗ ଦେବେ ବୋଲି ସୂଚନା ଦେଇଥିଲେ। ସେତେବେ‌ଳ ପର୍ଯ୍ୟନ୍ତ ତାଙ୍କର ଇସ୍ତଫା ଗୃହୀତ ହୋଇ ନ ଥିଲା।

ସୂଚନାଯୋଗ୍ୟ, ଶାହ ଫୈସଲ୍‌ ହେଉଛନ୍ତି ‘ୟୁପିଏସ୍‌ସି’ରେ ଟପ୍ପର୍‌ ହୋଇଥିବା ପ୍ରଥମ ଜମ୍ମୁ ଓ କଶ୍ମୀର ବାସିନ୍ଦା। ୨୦୦୯ରେ ସେ ‘ସିଭିଲ୍‌ ସର୍ଭିସ୍‌ ପରୀକ୍ଷା’ରେ ଟପ୍ପର୍‌ ହୋଇ ଲୋକଲୋଚନକୁ ଆସିଥିଲେ। ପୁଣି, ୨୦୧୯ ଜାନୁଆରିରେ ‘ସିଭିଲ୍‌ ସର୍ଭିସ୍‌’ ଛାଡ଼ିବେ ଘୋଷଣା କରି ସେ ଚହଳ ପକାଇ ଦେଇଥିଲେ। କେନ୍ଦ୍ରରେ ଥିବା ସରକାର କଶ୍ମୀରରେ ନରସଂହାର, ସଂଖ୍ୟାଲଘୁମାନଙ୍କୁ ଉପେକ୍ଷା ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକର କ୍ଷମତା ସଙ୍କୋଚନ କରାଉଛନ୍ତି କହି ସେ ଇସ୍ତଫା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe