ନୂଆଦିଲ୍ଲୀ: ଗୋପନୀୟତା ଅଧିକାରକୁ ସରକାର ପୂର୍ଣ୍ଣ ସ୍ବୀକୃତି ଦିଅନ୍ତି ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ରୋକିବା ଉଦ୍ଦେଶ୍ୟରେ ନୂଆ ‘ଆଇଟି’ ନିୟମାବଳି ପ୍ରସ୍ତୁତ କରାଯାଇଛି ବୋଲି ଆଜି ସ୍ପଷ୍ଟିକରଣ ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ବିବୃତି ଜାରି କରିଛନ୍ତି।
ନୂଆ ‘ଆଇଟି’ ନିୟମାବଳି ଗୋପନୀୟତା ଅଧିକାର ଉଲ୍ଲଂଘନ କରିବା ସହ ସମ୍ବିଧାନ ବିରୋଧୀ ବୋଲି କହି ‘ଫେସ୍ବୁକ୍’ ମାଲିକାନାରେ ଥିବା ‘ହ୍ବାଟ୍ସ୍ଆପ୍’ କେନ୍ଦ୍ର ସରକାରଙ୍କୁ ଚାଲେଞ୍ଜ୍ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବାର ଦିନକ ପରେ କେନ୍ଦ୍ରମନ୍ତ୍ରୀ ଉପରୋକ୍ତ ସ୍ପଷ୍ଟିକରଣ ଦେଇଛନ୍ତି।
Image Courtesy of India Todayରବିଶଙ୍କର ପ୍ରସାଦ କହିଛନ୍ତି, ଗୋପନୀୟତା ଅଧିକାରକୁ ସରକାର ପୂର୍ଣ୍ଣ ସ୍ବୀକୃତି ଓ ସମ୍ମାନ ଦିଅନ୍ତି। ନୂଆ ନିୟମାବଳି ସଂକ୍ରାନ୍ତରେ ସାଧାରଣ ‘ହ୍ବାଟ୍ସ୍ଆପ୍’ ବ୍ୟବହାରକାରୀମାନେ ଭୟ କରିବାର କୌଣସି କାରଣ ନାହିଁ। ପ୍ରଥମେ କାହା ପ୍ରେରିତ ‘ମେସେଜ୍’ ଯୋଗୁଁ ନିର୍ଦ୍ଦିଷ୍ଟ ଅପରାଧ ସବୁ ଘଟିଲା ତାହାର ସନ୍ଧାନ ନେବା ହେଉଛି ଏହି ନିୟମର ଏକାନ୍ତ ଉଦ୍ଦେଶ୍ୟ।
Image Courtesy of India Todayଭାରତର ସାର୍ବଭୌମତ୍ବ, ଅଖଣ୍ଡତା ଓ ନିରାପତ୍ତା, ସର୍ବସାଧାରଣ ଶୃଙ୍ଖଳା କ୍ଷୁଣ୍ଣ, ଦୁଷ୍କର୍ମ ଏବଂ ଶିଶୁ ବ୍ୟଭିଚାର ଭଳି ଅପରାଧ ସହ ଜଡ଼ିତ ଥାଇ ପ୍ରସାରିତ ହୋଇସାରିଥିବା ଆପତ୍ତିଜନକ ବାର୍ତ୍ତାର ପ୍ରଥମ ପ୍ରେରକଙ୍କର ସନ୍ଧାନ ଦେବା ଭଳି ଦାୟିତ୍ବ ସହ ଏହି ନିୟମାବଳି ସମ୍ପୃକ୍ତ। ଏହାଛଡ଼ା, ଅନ୍ୟାନ୍ୟ ପଦକ୍ଷେପଦ୍ବାରା ଉପରୋକ୍ତ କାଣ୍ଡ କରିଥିବା ଅପରାଧୀମାନେ ଧରା ନ ପଡ଼ିଲେ ଯାଇ ‘ନୂଆ ଆଇଟି ନିୟମାବଳି’ର ଖୋଜାପଡ଼ିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ରୋକିବା ଲାଗି ନୂଆ ନିୟମ ପ୍ରସ୍ତୁତ କରାଯାଇଛି। ବ୍ୟବହାରକାରୀମାନେ ନିୟମାବଳିଗୁଡ଼ିକ ଉପରେ ପ୍ରଶ୍ନ ପଚାରି ପାରିବେ। ଏ ସଂକ୍ରାନ୍ତ ସମାଲୋଚନାକୁ ମଧ୍ୟ ସରକାର ସ୍ବାଗତ କରୁଛନ୍ତି। ସାମାଜିକ ଗଣମାଧ୍ୟମ ବ୍ୟବହାର କରି ଅପବ୍ୟବହାରର ସରବ୍ୟ ହେଉଥିବା ସାଧାରଣ ବ୍ୟବହାରକାରୀମାନଙ୍କୁ ଏହି ନୂଆ ନିୟମାବଳି ସଶକ୍ତ କରିବ।
Follow Us