Image Source: Hindustan Times
ନୂଆଦିଲ୍ଲୀ: ସମସ୍ତ ଅଣହିନ୍ଦୀ କଥିତ ରାଜ୍ୟରେ ହିନ୍ଦୀକୁ ବାଧ୍ୟତାମୂଳକ ଭାଷା କରାଯିବା ବିରୋଧରେ ପ୍ରତିବାଦ ପ୍ରବଳ ହେବାରୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ’ଜାତୀୟ ଶିକ୍ଷା ନୀତି’ ଡ୍ରାଫ୍ଟ୍କୁ ସଂଶୋଧନ କରିଛନ୍ତି। ଛାତ୍ରଛାତ୍ରୀମାନେ ସ୍ୱଇଚ୍ଛାରେ ସେମାନଙ୍କ ପସନ୍ଦ ମୁତାବକ ଭାଷାରେ ଅଧ୍ୟୟନ କରିପାରିବେ ବୋଲି ସରକାର କହିଛନ୍ତି।
ସଂଶୋଧିତ ଡ୍ରାଫ୍ଟ୍ ପଲିସିରେ କୁହାଯାଇଛି: ନମନୀୟତା ନୀତି ଆଧାରରେ, ତିନିଟି ଭାଷା ଉପରେ ଦଖଲ ଆଣିବା ଯାଏଁ ଷଷ୍ଠ କିଂବା ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନିଜ ଇଚ୍ଛାନୁସାରେ ଏକାଧିକ ଭାଷା ବଦଳାଇ ପାରିବେ।
ତ୍ରୀଭାଷା-ସୂତ୍ର ନମନୀୟତାରେ ହିନ୍ଦୀ ଭାଷା ସଂକ୍ରାନ୍ତରେ କିଛି ଉଲ୍ଲେଖ କରାଯାଇ ନାହିଁ। ସଂଶୋଧିତ ନୀତି ଅନୁସାରେ ଜଣେ ଯେ କୌଣସି ତିନିଟି ଭାଷା ଉପରେ ପାଣ୍ଡିତ୍ୟ ଅର୍ଜନ କରିବା ଆବଶ୍ୟକ।
ପୂର୍ବ ଡ୍ରାଫ୍ଟ୍ ପଲିସିରେ ଅଣହୀନ୍ଦୀ ଭାଷାଭାଷୀ ରାଜ୍ୟରେ ଇଂରାଜୀ ଓ ହିନ୍ଦୀକୁ ବାଧ୍ୟତାମୂଳକ ଭାଷା କରାଯାଇଥିଲା। ଏଥିସହ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଏକ ତୃତୀୟ ଭାଷାକୁ ବାଧ୍ୟତାମୂଳକ କରାଯାଇଥିଲା।
Follow Us