ୟୁରୋପୀୟ ସଂଘ ପ୍ରତିନିଧି ମଣ୍ଡଳୀର ଜମ୍ମୁ- କଶ୍ମୀରର ଗସ୍ତ ବୃହତ୍ତର ଜାତୀୟ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଥିଲା: ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା

Advertisment
ଜମ୍ମୁ ଓ କଶ୍ମୀରରେ ୧୫ ହଜାର କୋଟି ନିବେଶ କରିବେ ୪୧ଟି କମ୍ପାନି

Kashmir Times

ନୂଆଦିଲ୍ଲୀ: ୟୁରୋପୀୟ ସଂଘର ସାଂସଦମାନଙ୍କ ଏକ ୨୩ ଜଣିଆ ପ୍ରତିନିଧି ମଣ୍ଡଳୀ ଜମ୍ମୁ- କଶ୍ମୀରର ସ୍ଥିତି ସଂପର୍କରେ ଅବଗତ ହେବାପାଇଁ ଏକ ଦୁଇଦିନିଆ କଶ୍ମୀର ଗସ୍ତରେ ଆସିବା ଘଟଣାକୁ କେନ୍ଦ୍ରକରି ଦେଶରେ ଏକ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ଅନ୍ୟ ପକ୍ଷରେ ବିରୋଧୀ କଂଗ୍ରେସ ଶାସକ ଦଳକୁ ଘେରିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଏଥିରେ ଛନ୍ଦିବାକୁ ଉଦ୍ୟମ ଆରମ୍ଭ କରିଛି।

ଏପ୍ରକାର ସ୍ଥିତିରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ୟୁରୋପୀୟ ସଂଘର ସାଂସଦମାନଙ୍କ ପ୍ରତିନିଧି ମଣ୍ଡଳୀର ଗସ୍ତ ଜମ୍ମୁ- କଶ୍ମୀର ପ୍ରସଙ୍ଗର ଅନ୍ତରାଷ୍ଟ୍ରୀୟକରଣ ଉଦ୍ଦେଶ୍ୟରେ ନୁହେଁ ବରଂ ବୃହତ୍ତର ଜାତୀୟ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଥିଲା।

publive-image News Nation

ଆଜି ଅପରାହ୍ଣରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଭୀସ୍‌ କୁମାର କହିଛନ୍ତି, ‘ୟୁରୋପୀୟ ସଂଘର ସାଂସଦମାନଙ୍କ ପ୍ରତିନିଧି ମଣ୍ଡଳୀର ଏହି ଗସ୍ତ ଜମ୍ମୁ- କଶ୍ମୀର ପ୍ରସଙ୍ଗର ଅନ୍ତରାଷ୍ଟ୍ରୀୟକରଣ ଉଦ୍ଦେଶ୍ୟରେ ଆଦୌ ଉଦ୍ଦିଷ୍ଟ ନଥିଲା। ସଂପ୍ରତି ଜମ୍ମୁ- କଶ୍ମୀରରେ ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି, ଏହା ତାହାର ଏକ ଅଂଶ ବିଶେଷ ଥିଲା। ଏହି ଗସ୍ତ ଦେଶର ବୃହତ୍ତର ଜାତୀୟ ସ୍ବାର୍ଥ ଓ ବୈଦେଶିକ ନୀତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଥିଲା’ ବୋଲି ଶ୍ରୀ କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe