ଚାକିରି କାଳ ଶେଷ ହେବା ପୂର୍ବରୁ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଅବସର ଦେଇ ପାରିବେ ସରକାର

Advertisment
ଚାକିରି କାଳ ଶେଷ ହେବା ପୂର୍ବରୁ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଅବସର ଦେଇ ପାରିବେ ସରକାର

Image Courtesy of I am Gujrat

ନୂଆଦିଲ୍ଲୀ: ସର୍ବସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଯେକ‌ୌଣସି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଚାକିରିକାଳ ପୂରା ହେବା ପୂର୍ବରୁ ଅବସର ଦେବାର କ୍ଷମତା ସରାକାରଙ୍କର ଅଛି ବୋଲି ବୁଧବାର ଦିନ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ସମ୍ପୃକ୍ତ କର୍ମଚାରୀମାନେ ୫୦/୫୫ ବର୍ଷ ବୟସ ବନ୍ଧନୀ ମଧ୍ୟରେ ଥାଆନ୍ତୁ କି, ୩୦ ବର୍ଷ ଚାକିରି ପୂର୍ଣ୍ଣ କରିଥାଆନ୍ତୁ ସେଥିରେ କିଛି ଯାଏଆସେ ନାହିଁ। ପେନ୍‌ସନ୍ ନିୟମ‌ରେ ଚାକିରି କାଳର ଦୁଇଟି ମାଇଲସ୍ତମ୍ଭ ବୋଲି ବିବେଚନା କରାଯାଉଥିବା ଉପରୋକ୍ତ ଦୁଇଟି ନିୟମ ମଧ୍ୟରେ ଆଉ କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ସୀମିତ ହୋଇ ରହିବ ନାହିଁ ବୋଲି ସରକାର କହିଛନ୍ତି।

ଡିପାର୍ଟମେଣ୍ଟ୍‌ ଅଫ୍ ପର୍ସୋନେଲ୍‌ ଟ୍ରେନିଙ୍ଗ୍‌ ଜାରି କରିଥିବା ଏହି ସଦ୍ୟତମ ନିର୍ଦେଶାବଳୀ ହେଉଛି ଅପାରଗ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ବିଦା କରିବାକୁ ସରକାର ଚଳାଇଥିବା ଅଭିଯାନର ଅଂଶବିଶେଷ।

ସେହିପରି, ୫୦ ରୁ ୫୫ ବର୍ଷ ବୟସ୍କ କିଂବା ୩୦ ବର୍ଷ ଚାକିରିକାଳ ପୂର୍ଣ୍ଣ କରିଥିବା ସମସ୍ତ ସରକାରୀ କର୍ମଚାରୀମାନଙ୍କର ଏକ ରେଜିଷ୍ଟର୍ ପ୍ରସ୍ତୁତ କରିବାକୁ ସୋମବାର ଦିନ କେନ୍ଦ୍ର ସରକାର ସମସ୍ତ ବିଭାଗ ଓ ମନ୍ତ୍ରାଳୟକୁ ନିର୍ଦେଶ ଦେଇଛନ୍ତି। ଏହାବ୍ୟତିରେକେ, ଉକ୍ତ କର୍ମଚାରୀମାନଙ୍କର ତ୍ରୈମାସିକ କାର୍ଯ୍ୟଦକ୍ଷତା ସମୀକ୍ଷା କରିବାକୁ ମଧ୍ୟ ସମସ୍ତ ବିଭାଗ ଓ ମନ୍ତ୍ରାଳୟକୁ ଏହି ନିର୍ଦେଶାବଳୀରେ କୁହାଯାଇଛି। ଏହାଦ୍ବାରା ଜଣାପଡ଼ିବ କି, ସେମାନଙ୍କୁ ଚାକିରିକାଳ ଶେଷ ହେବା ପୂର୍ବରୁ ଅବସର ଦିଆଯିବା ଆବଶ୍ୟକ କି, ନାହିଁ।

ସମୀକ୍ଷା ବେଳେ କର୍ମଚାରୀମାନଙ୍କର ସମୁଦାୟ ସର୍ଭିସ୍ ରେକର୍ଡ ଓ ଆନୁଆଲ୍ ପର୍‌ଫର୍‌ମାନ୍ସ ଆପ୍ରିଜାଲ୍ ରିପୋର୍ଟ ମଧ୍ୟ ବିଚାରକୁ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe