ଖୁବ୍ ‌ଶୀଘ୍ର ଭାରତରେ ଅର୍ଦ୍ଧସାମରିକ ବାହିନୀରେ ସାମିଲ ହେବେ କିନ୍ନର

Advertisment
ଖୁବ୍ ‌ଶୀଘ୍ର ଭାରତରେ ଅର୍ଦ୍ଧସାମରିକ ବାହିନୀରେ ସାମିଲ ହେବେ କିନ୍ନର

Etemaad

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତରେ ଅର୍ଦ୍ଧସାମରିକ ବାହିନୀରେ ପୁରୁଷ ଓ  ମହିଳା ସହିତ ତୃତୀୟଲିଙ୍ଗ କିନ୍ନରଙ୍କୁ ବି ସ୍ଥାନ ମିଳିବ। ଏଥିଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରକ୍ରିୟା ଆରମ୍ଭ କରିଛି । ଗୃହମନ୍ତ୍ରାଳୟ ଅତିରିକ୍ତ କମାଣ୍ଡାଣ୍ଟ ପରୀକ୍ଷାରେ କିନ୍ନରଙ୍କୁ ସାମିଲ କରିବା ପାଇଁ ସୁରକ୍ଷାବଳଗୁଡ଼ିକର ମତାମତ ମାଗିଛନ୍ତି।

ଏ ପ୍ରସଙ୍ଗରେ ଯଦି ସିଆରପିଏଫ୍‌, ବିଏସ୍‌ଏଫ୍‌, ସିଆଇଏସଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବି ନିଜର ସକାରାତ୍ମକ ମତାମତ ଦିଅନ୍ତି ତେବେ କିନ୍ନରଙ୍କୁ ବି ଅର୍ଦ୍ଧସାମରିକ ବାହିନୀରେ ସାମିଲ କରାଯିବ। ଅଧିକାରୀଙ୍କୁ ଏ ପ୍ରସଙ୍ଗରେ ଏକ ଚିଠି ଗତ ମାସରେ ପଠାଯାଇଥିଲା। କିନ୍ତୁ ସେନା ପକ୍ଷରୁ ଏହି ଚିଠିର କୌଣସି ପ୍ରତିକ୍ରିୟା ନ ପାଇବା ପରେ ଗତ ବୁଧବାର ଗୃହ ମନ୍ତ୍ରାଳୟ ଆଉ ଏକ ପତ୍ର ପଠାଇଛି। କାରଣ ବର୍ତ୍ତମାନ ସମୟରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ ଭାରତୀୟ ସେନାରେ ତୃତୀୟଲିଙ୍ଗକୁ ନିଯୁକ୍ତି ଦେବାର କୌଣସି ବ୍ୟବସ୍ଥା ନାହିଁ।

paramilitary forces
ସେଣ୍ଟ୍ରାଲ୍‌ ଆର୍ମଡ୍‌ ପୁଲିସ ଫୋର୍ସ (ସିଏପିଏଫ) ପରୀକ୍ଷା ନିୟମରେ ପୁରୁଷ / ମହିଳାଙ୍କ ସହିତ ତୃତୀୟ ଲିଙ୍ଗ ଭାବରେ ଟ୍ରାନ୍‌ସଜେଣ୍ଡରଙ୍କ ଉପରେ ଥିବା ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ମନ୍ତବ୍ୟ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଏହି ସମସ୍ୟାକୁ ପରୀକ୍ଷଣ କରି ମତାମତ ଦେବା ଲାଗି ସିଆରପିଏଫ୍‌, ବିଏସ୍‌ଏଫ୍‌, ସିଆଇଏସଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବିଙ୍କୁ କୁହାଯାଇଛି। ମତାମତ ପାଇଲେ ଯାଇ କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କୁ ସୂଚିତ କରିବେ କି ଚଳିତ ବର୍ଷ ସିଏପିଏଫ୍‌ର ସହାୟକ କମାଣ୍ଡାଣ୍ଟ ପରୀକ୍ଷା ପାଇଁ ଅଧିସୂଚନାରେ କିନ୍ନରଙ୍କୁ ସାମିଲ କରିବେ କି ନାହିଁ। ସହକାରୀ କମାଣ୍ଡାଣ୍ଟସ୍ତରର ନିଯୁକ୍ତି ପାଇଁ ପରୀକ୍ଷା ଚଳିତ ବର୍ଷ ଡିସେମ୍ବରରେ ହେବାର ସମ୍ଭାବନା ରହିଛି। ତେଣୁ ଯଦି ଏଥିରେ କିଛି ପରିବର୍ତ୍ତନ ଆସେ ତେବେ ନିଯୁକ୍ତି ନିୟମରେ ହେବାକୁ ଥିବର ପରିବର୍ତ୍ତନକୁ ପୂର୍ବରୁ ଜଣାଇବାକୁ ପଡ଼ିବ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଟ୍ରାନ୍‌ସଜେଣ୍ଡରଙ୍କୁ ନିଯୁକ୍ତ କଲେ ସେନାର କାର୍ଯ୍ୟଧାରାରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ମହିଳା ନିଯୁକ୍ତି ମଧ୍ୟ ବହୁ ସମୟ ପରେ ବଳବତ୍ତର ହୋଇଥିଲା ଏବଂ ବର୍ତ୍ତମାନ ଏହା ସାଧାରଣ କଥା ହୋଇଯାଇଛି। ଯଦି ସରକାର ତୃତୀୟ ଲିଙ୍ଗକୁ ସାମିଲ କରିବାକୁ ଚାହାଁନ୍ତି ତେବେ ଏହା ଏକ ବଡ଼ ପଦକ୍ଷେପ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe